Advertisment

'ବାୟୁ ଦ୍ୱାରା କୋଭିଡ୍ ସଂକ୍ରମଣ ସମ୍ଭବ, ଆବଦ୍ଧ କୋଠରୀରେ ବି ମାସ୍କ ପିନ୍ଧନ୍ତୁ'

ନୂଆଦିଲ୍ଲୀ: କରୋନା ସଙ୍କଟ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ବ୍ୟାପିବାର ଭୟ ଭିତରେ ଭୂତାଣୁକୁ ନେଇ ଧୀରେ ଧୀରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ କରୋନା ସଂକ୍ରମଣକୁ ନେଇ ପୁଣି ସତର୍କ ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପକ୍ଷରୁ ବାୟୁ ଦ୍ୱାରା କରୋନା ସଂକ୍ରମଣ ହେବା ନେଇ ସତର୍କ କରାଯିବା ପରେ ଏବେ ଭାରତୀୟ ପ୍ରମୁଖ ଗବେଷଣା ଏବଂ ବିକାଶ ସଂସ୍ଥା ମଧ୍ୟ କରୋନାକୁ ବାୟୁବାହୀ […]

ଗଞ୍ଜାମ ଅଣାୟତ୍ତ‌, ହଜାରେରୁ ଅଧିକ କରୋନା ଯୋଦ୍ଧା ସଂକ୍ରମିତ

corona

Advertisment

ନୂଆଦିଲ୍ଲୀ: କରୋନା ସଙ୍କଟ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ବ୍ୟାପିବାର ଭୟ ଭିତରେ ଭୂତାଣୁକୁ ନେଇ ଧୀରେ ଧୀରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ କରୋନା ସଂକ୍ରମଣକୁ ନେଇ ପୁଣି ସତର୍କ ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପକ୍ଷରୁ ବାୟୁ ଦ୍ୱାରା କରୋନା ସଂକ୍ରମଣ ହେବା ନେଇ ସତର୍କ କରାଯିବା ପରେ ଏବେ ଭାରତୀୟ ପ୍ରମୁଖ ଗବେଷଣା ଏବଂ ବିକାଶ ସଂସ୍ଥା ମଧ୍ୟ କରୋନାକୁ ବାୟୁବାହୀ ସଂକ୍ରମଣ ବୋଲି କହିଛି।

Advertisment

ବାୟୁ ଦ୍ୱାରା କୋଭିଡ୍ ସଂକ୍ରମଣ ସମ୍ଭବ। ଏଣୁ ଆବଦ୍ଧ କୋଠରୀ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ମୁଖ୍ୟ ଶେଷର ସି ମାଣ୍ଡେ। ସେ କହିଛନ୍ତି, ପ୍ରକୃତରେ SARS-CoV-2ର ବାୟୁବାହୀ ସଂକ୍ରମଣ ସମ୍ଭାବନା ରହିଛି। ଏଣୁ ଆବଦ୍ଧ ସ୍ଥାନରେ ଥିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ବୋଲି ସେ ସତର୍କ କରିଛନ୍ତି।

ମାଣ୍ଡେ ନିଜ ବ୍ଲଗରେ ଏନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ତଥ୍ୟ ଓ ପ୍ରମାଣକୁ ଦର୍ଶାଇ ସେ SARS-CoV-2 ବାୟୁ ଦ୍ୱାରା ସଂକ୍ରମଣର ଆଉ ଏକ ସମ୍ଭାବନା ବୋଲି କହିଛନ୍ତି। ଏହାସହ ଏଭଳି ପରିସ୍ଥିତିରେ ଜଣେ କିଭଳି ଭାବେ ନିଜକୁ ସୁରକ୍ଷିତ ରଖିପାରିବ ସେ ନେଇ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Advertisment

ସେ ପୁଣି ଲେଖିଛନ୍ତି, କୋଭିଡ୍ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ହେଲେ ଏହାର ଉପାୟ ନିଜ ଭିତରେ ଖୁବ୍ ସରଳ ଅଟେ। ଜଣଙ୍କୁ ଅଧିକ ଜନସମାଗମଠାରୁ ଦୂରେଇ ରହିବାକୁ ହେବ। କାର୍ଯ୍ୟସ୍ଥଳ ଭଳି ଆବଦ୍ଧ କ୍ଷେତ୍ରରେ ଭଲ ଭାବରେ ବାୟୁ ଚଳାଚଳ ହେଉଥିବା ଉଚିତ୍। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆବଦ୍ଧ କୋଠରୀରେ ଥିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ଅଟେ।

COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe