Advertisment

କନଷ୍ଟେବଳ ପାଲଟିଗଲେ ରିଅଲ ହିରୋ, ଗୋଟିଏ ଫଟୋ ପାଇଁ ମିଳିଲା ପଦୋନ୍ନତି

ଜୟପୁର: କୁହାଯାଏ ଏକ ଫଟୋ ହଜାରେ ଶବ୍ଦଠୁ ବି ଅଧିକ ପ୍ରଭାବଶାଳୀ। ଏହା ସମ୍ପୂର୍ଣ୍ଣ ଘଟଣାକୁ ଜୀବନ୍ତ କରି ଆଖି ଆଗରେ ଥୋଇଦିଏ,  ବାଖ୍ୟା କରିବାର ଆବଶ୍ୟକତା ପଡ଼େନି।   ରାଜସ୍ଥାନର କରୌଲି ଅଞ୍ଚଳର ଏପରି ଏକ ଫଟୋ ଏବେ ସୋଶାଲ ମିଡିଆରେ କ୍ଷୀପ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଆକ୍ସନରେ ଭରପୂର ଏହି ଫଟୋ ରିଲ୍‌ ନୁହେଁ ରିଅଲ । ଆଉ  ଏହି ଫଟୋରେ ନଜର ଆସୁଥିବା ବ୍ୟକ୍ତିଜଣକ ହିରୋ ହୋଇ ନ ଥିବା ବେଳେ ଏବେ […]

ଅଦ୍ୟତନ ହୋଇଛି
କନଷ୍ଟେବଳ ପାଲଟିଗଲେ ରିଅଲ ହିରୋ, ଗୋଟିଏ ଫଟୋ ପାଇଁ ମିଳିଲା ପଦୋନ୍ନତି

pic

Advertisment

ଜୟପୁର: କୁହାଯାଏ ଏକ ଫଟୋ ହଜାରେ ଶବ୍ଦଠୁ ବି ଅଧିକ ପ୍ରଭାବଶାଳୀ। ଏହା ସମ୍ପୂର୍ଣ୍ଣ ଘଟଣାକୁ ଜୀବନ୍ତ କରି ଆଖି ଆଗରେ ଥୋଇଦିଏ,  ବାଖ୍ୟା କରିବାର ଆବଶ୍ୟକତା ପଡ଼େନି।   ରାଜସ୍ଥାନର କରୌଲି ଅଞ୍ଚଳର ଏପରି ଏକ ଫଟୋ ଏବେ ସୋଶାଲ ମିଡିଆରେ କ୍ଷୀପ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଆକ୍ସନରେ ଭରପୂର ଏହି ଫଟୋ ରିଲ୍‌ ନୁହେଁ ରିଅଲ । ଆଉ  ଏହି ଫଟୋରେ ନଜର ଆସୁଥିବା ବ୍ୟକ୍ତିଜଣକ ହିରୋ ହୋଇ ନ ଥିବା ବେଳେ ଏବେ କିନ୍ତୁ ପାଲଟି ଗଲେଣି ରିଅଲ ହିରୋ । ନାଁ ତାଙ୍କର କନଷ୍ଟେବଳ ନେତ୍ରେଶ। ନେତ୍ରେଶଙ୍କ ବାହାଦୂରୀ ଦେଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଛି।

Advertisment

ରାଜସ୍ଥାନର କରୌଲି ଅଞ୍ଚଳରେ ଏକ ଗଣପର୍ବ ଅବସରରେ ଘଟିଥିଲା ହିଂସାକାଣ୍ଡ । ଏହା ମଧ୍ୟରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ବେଳେ ବହୁ ଦୋକାନରେ ନିଆଁ ଲଗାଇ ଦେଇଥିଲେ  ଉତ୍ତେଜିତ ଲୋକେ।  ଏହି ସମୟରେ ଏକ ଦୋକାନରେ ନିଆଁ ଲାଗି ଯାଇଥିବା ବେଳେ ତାହା ମଧ୍ୟରେ ଜଣେ ଶିଶୁ ସମେତ ୨ ମହିଳା ଫସି ଯାଇଥିଲେ। ସେମାନେ ନିଆଁ ଡେଇଁ ବାହରକୁ ଆସିପାରୁ ନ ଥିବା ବେଳେ ବଞ୍ଚାଇବା ପାଇଁ ଆକୁଳ ଚିତ୍କାର କରୁଥିଲେ।

ଏହାଦେଖି ସେଠାରେ ମୁତୟନ ଥିବା ନେତ୍ରେଶ ନିଜକୁ ସମ୍ଭାଳି ପାରିଲେନି। ନିଜ ଜୀବନକୁ ପାଣି ଛଡ଼ାଇ ସେ ନିଆଁ ଭିତରକୁ ଡେଇଁ ପଡ଼ିଲେ। ଏହାପରେ ଜଣେ ମହିଳାଙ୍କ ଓଢଣୀ ସାହାଯ୍ୟରେ ଛୋଟ ଛୁଆକୁ ଘୋଡ଼ାଇ କାନ୍ଧରେ ପକାଇ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ଏଥିସହ ମହିଳାଦ୍ୱୟଙ୍କୁ ମଧ୍ୟ ସେ ସୁରକ୍ଷିତ ଭାବେ ନିଆଁ କବଳରୁ ମୁକୁଳାଇ ପାରିଥିଲେ।

Advertisment

ଏହି ଫଟୋ ଏବେ ଖୁବ୍‌ ଜୋରରେ ଭାଇରାଲ ହେଉଥିବା ବେଳେ ଚାରିଆଡ଼ୁ ନେତ୍ରେଶଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ । ନେତ୍ରେଶ ଏବେ ପାଲଟି ଯାଇଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ  ସମେତ ଆହୁରି ବଡ଼ ବଡ଼ ନେତା ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe