Advertisment

ଆଜି ଜି-ଟ୍ୱେଣ୍ଟି ସମ୍ମିଳନୀ: ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, କଳାଧନ ଫେରାଇ ଆଣିବାରେ ସହଯୋଗ ପ୍ରସଙ୍ଗ ଉଠାଇବେ ମୋଦି

ଆଣ୍ଟାଲିଆ: ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତୁର୍କୀରେ ହେବାକୁ ଥିବା ଜି-ଟ୍ୱେଣ୍ଟି ସମ୍ମିଳନୀରେ ଯୋଗଦେବେ। ଏଥିପାଇଁ ସେ ଶନିବାର ତୁର୍କୀର ଅଣ୍ଟାଲିଆରେ ପହଞ୍ଚିଛନ୍ତି। ଜି-ଟ୍ୱେଣ୍ଟି ସମ୍ମିଳନୀରେ ମୋଦି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, କଳାଧନ ଫେରାଇ ଆଣିବାକୁ ଅନ୍ତର୍ଜାତୀୟ ସହଯୋଗ ଆଦି ପ୍ରସଙ୍ଗ ଉଠାଇ ପାରନ୍ତି। ମୋଦିଙ୍କ ସମେତ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବା ଆଇଏମ୍ଏଫରେ କୋଟା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ଯୁକ୍ତି ବାଢିବା ଆଶା କରାଯାଉଛି। ଏହି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଜି ଜି-ଟ୍ୱେଣ୍ଟି ସମ୍ମିଳନୀ: ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, କଳାଧନ ଫେରାଇ ଆଣିବାରେ ସହଯୋଗ ପ୍ରସଙ୍ଗ ଉଠାଇବେ ମୋଦି

modi

ଆଣ୍ଟାଲିଆ: ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତୁର୍କୀରେ ହେବାକୁ ଥିବା ଜି-ଟ୍ୱେଣ୍ଟି ସମ୍ମିଳନୀରେ ଯୋଗଦେବେ। ଏଥିପାଇଁ ସେ ଶନିବାର ତୁର୍କୀର ଅଣ୍ଟାଲିଆରେ ପହଞ୍ଚିଛନ୍ତି। ଜି-ଟ୍ୱେଣ୍ଟି ସମ୍ମିଳନୀରେ ମୋଦି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, କଳାଧନ ଫେରାଇ ଆଣିବାକୁ ଅନ୍ତର୍ଜାତୀୟ ସହଯୋଗ ଆଦି ପ୍ରସଙ୍ଗ ଉଠାଇ ପାରନ୍ତି। ମୋଦିଙ୍କ ସମେତ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବା ଆଇଏମ୍ଏଫରେ କୋଟା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ଯୁକ୍ତି ବାଢିବା ଆଶା କରାଯାଉଛି। ଏହି ସମ୍ମିଳନୀରେ ବିଶ୍ୱର ଶ୍ରେଷ୍ଠ ୨୦ଟି ଅର୍ଥନୈତିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ନେତାମାନେ ସାମିଲ ହେବେ। ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜି-ଟ୍ୱେଣ୍ଟି ସମ୍ମିଳନୀରେ ଯୋଗ ଦେବା ସହ ମୋଦି ବ୍ରିକ୍ସ ରାଷ୍ଟ୍ରସମୂହ ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ।

Advertisment