Advertisment

ଆଜି ରାଜ୍ୟସଭାରେ ଆଗତ ହେବ ଜିଏସଟି ବିଲ୍

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆସିବ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସଟି ବିଲ୍। ଲୋକସଭାରେ ସୁରୁଖୁରୁରେ ଏହି ବିଲ୍ ପାଶ୍ ହୋଇଛି। ରାଜ୍ୟସଭାରେ ବିଲ୍ ପାଶ୍ ପାଇଁ ଆବଶ୍ୟକ ସଂଖ୍ୟା ମୋଦି ସରକାରଙ୍କ ପାଖରେ ନଥିବାରୁ ବିଲ୍ ପାସ୍ କରାଇବା କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ଚକ୍କରରେ ରହିଛି କଂଗ୍ରେସ୍। ଏପରି ହେଲେ ମୌସୁମୀ ଅଧିବେଶନ ଯାଏଁ ଅଟକିବ ବିଲ୍ର ଭାଗ୍ୟ। ଏହା ପୂର୍ବରୁ ଫ୍ଲେ।ର୍ […]

ଅଦ୍ୟତନ ହୋଇଛି
ଆଜି ରାଜ୍ୟସଭାରେ ଆଗତ ହେବ ଜିଏସଟି ବିଲ୍

modi_image

Advertisment

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆସିବ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସଟି ବିଲ୍। ଲୋକସଭାରେ ସୁରୁଖୁରୁରେ ଏହି ବିଲ୍ ପାଶ୍ ହୋଇଛି। ରାଜ୍ୟସଭାରେ ବିଲ୍ ପାଶ୍ ପାଇଁ ଆବଶ୍ୟକ ସଂଖ୍ୟା ମୋଦି ସରକାରଙ୍କ ପାଖରେ ନଥିବାରୁ ବିଲ୍ ପାସ୍ କରାଇବା କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ଚକ୍କରରେ ରହିଛି କଂଗ୍ରେସ୍। ଏପରି ହେଲେ ମୌସୁମୀ ଅଧିବେଶନ ଯାଏଁ ଅଟକିବ ବିଲ୍ର ଭାଗ୍ୟ। ଏହା ପୂର୍ବରୁ ଫ୍ଲେ।ର୍ ମ୍ୟାନେଜ୍ ନେଇ କସରତ୍ ଆରମ୍ଭ କରିଛନ୍ତି ମୋଦି ବ୍ରିଗେଡ୍। ରାଜ୍ୟସଭାରେ ମୋଟ୍ ସଦସ୍ୟଙ୍କ ସଂଖ୍ୟା ୨୪୫। ଖାଲି ଅଛି ଗୋଟିଏ ଆସନ। ବିଲ୍ ପାସ୍ ପାଇଁ  ଅତିକମ୍ରେ ୫୦ ପ୍ରତିଶତ ସଦସ୍ୟ ଉପସ୍ଥିତ ରହିବା ଦରକାର। ଏଥିସହ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଅର୍ଥାତ୍ ବିଲ୍ ପାସ୍ ପାଇଁ ଗୃହରେ ସର୍ବନିମ୍ନ ୧୨୩ ସଦସ୍ୟ ଉପସ୍ଥିତ ରହିବା ବାଧ୍ୟତାମୂଳକ। ବିଲ୍ ସପକ୍ଷରେ ମୋଦି ସରକାର ୧୧୬ ସଦସ୍ୟଙ୍କ ସମର୍ଥନ ହାସଲ କରିବାରେ ସମର୍ଥ ହୋଇଛନ୍ତି। ତେବେ ଗତ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜିଏସ୍ଟି ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। ଜିଏସ୍ଟି ଲାଗୁ ହେଲେ ସାରା ଦେଶରେ ଗୋଟିଏ ବଜାର ସୃଷ୍ଟି ହେବ। କେନ୍ଦ୍ର ଓ ରାଜ୍ୟର ପରୋକ୍ଷ ଟିକସ ଯଥା- କେନ୍ଦ୍ରୀୟ ଅବକାରୀ ଟିକସ, ଭ୍ୟାଟ୍, ଏଣ୍ଟ୍ରି ଟ୍ୟାକ୍ସ ଓ ଅକଟ୍ରାଇ ଟ୍ୟାକ୍ସ ଭଳି ଅନେକ ଟିକସ ଉଠିଯିବ। ରାଜ୍ୟ-ରାଜ୍ୟ ଭିତରେ ସହଜରେ ଦ୍ରବ୍ୟ ଓ ସେବା ନେଣଦେଣ ହେବ। ଫଳରେ ବ୍ୟାବସାୟିକ ଖର୍ଚ୍ଚ କମିବ ବୋଲି କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe