Advertisment

‘ଯିଏ ନୂପୁରଙ୍କ ମୁଣ୍ଡ କାଟ କରିବ, ତାକୁ ମୋ’ ଘର ଦେଇଦେବି’ କହିଥିବା ଖାଦିମ ଗିରଫ

ନୂଆଦିଲ୍ଲୀ: ‘ଯିଏ ନୂପୁର ଶର୍ମାଙ୍କ ମୁଣ୍ଡ କାଟ କରିବ, ତାକୁ ମୁଁ ମୋ ଘର ଦେଇଦେବି।’  ଖୁଲମଖୁଲା ଏପରି ଧମକ ଦେଇ ଭିଡିଓ ଭାଇରାଲ କରିଥିବା ରାଜସ୍ଥାନର ଅଜମେର ଦାରଘାର ଜଣେ ଖାଦିମ ସଲମାନ ଚିସ୍ତିଙ୍କୁ ଗିରଫ କରିଛି ପୁଲିସ୍‌। ଏପରି ବିବାଦୀୟ ବୟାନ ଦେଇଥିବା ସଲମାନଙ୍କ ବିରୋଧରେ ରାଜସ୍ଥାନର ଏକ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ତାଙ୍କୁ ଖୋଜୁଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରି ନେଇଥିବା ସୂଚନା ମିଳିଛି। ସଲମାନଙ୍କର ଅପରାଧିକ […]

author-image
Niharika Rout
ଅଦ୍ୟତନ ହୋଇଛି
‘ଯିଏ ନୂପୁରଙ୍କ ମୁଣ୍ଡ କାଟ କରିବ, ତାକୁ ମୋ’ ଘର ଦେଇଦେବି’ କହିଥିବା ଖାଦିମ ଗିରଫ

arrest

ନୂଆଦିଲ୍ଲୀ: ‘ଯିଏ ନୂପୁର ଶର୍ମାଙ୍କ ମୁଣ୍ଡ କାଟ କରିବ, ତାକୁ ମୁଁ ମୋ ଘର ଦେଇଦେବି।’  ଖୁଲମଖୁଲା ଏପରି ଧମକ ଦେଇ ଭିଡିଓ ଭାଇରାଲ କରିଥିବା ରାଜସ୍ଥାନର ଅଜମେର ଦାରଘାର ଜଣେ ଖାଦିମ ସଲମାନ ଚିସ୍ତିଙ୍କୁ ଗିରଫ କରିଛି ପୁଲିସ୍‌।

Advertisment

ଏପରି ବିବାଦୀୟ ବୟାନ ଦେଇଥିବା ସଲମାନଙ୍କ ବିରୋଧରେ ରାଜସ୍ଥାନର ଏକ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ତାଙ୍କୁ ଖୋଜୁଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରି ନେଇଥିବା ସୂଚନା ମିଳିଛି। ସଲମାନଙ୍କର ଅପରାଧିକ ପୃଷ୍ଠଭୂମି ଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି।

ନିଜ ଭିଡିଓରେ ସଲମାନ କହିଛନ୍ତି, ଯିଏ ନୂପୁର ଶର୍ମାଙ୍କ ମୁଣ୍ଡ କାଟ କରିବ, ତାକୁ ମୁଁ ମୋ ଘର ଦେଇଦେବି। ତୁମ ସମସ୍ତଙ୍କୁ ମୁସଲମାନ ଦେଶକୁ ଉତ୍ତର ଦେବାକୁ ପଡିବ।  ମୁଁ ରାଜସ୍ଥାନର ଅଜମେରରୁ ଏହା କହୁଛି ଏବଂ ଏହି ବାର୍ତ୍ତା ହୁଜୁର ଖ୍ୱାଜା ବାବାଙ୍କ ଦରବାରରୁ ଆସିଛି ।’

Advertisment

କହ୍ନେୟା ଲାଲ ହତ୍ୟାକାଣ୍ଡ ପରେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ପ୍ରାୟ ୨ ମିନିଟ ୫୦ ସେକେଣ୍ଡର ଏହି ଭିଡିଓରେ ସଲମାନ ଚିସ୍ତି ଖୁଲମଖୁଲା ନୂପୁର ଶର୍ମାଙ୍କୁ ହତ୍ୟା ଧମକ ଦେଉଛନ୍ତି।

ମାତ୍ର ଅଜମେର ଦରଘାର ଦିୱାନ ଜୈନୁଲ ଆବେଦିନ ଅଲ୍ଲି ଖାନ ଏହି ଭିଡିଓକୁ ନିନ୍ଦା କରିବା ସହ କହିଛନ୍ତି ଯେ ଦରଘାକୁ ସାମ୍ପ୍ରଦାୟିକ ସଦଭାବ ଓ ସନ୍ୱୟର ସ୍ଥାନ ଭାବେ ବିବେଚନା କରାଯାଇଥାଏ। ଭିଡିଓରେ ଖାଦିମ ସଲମାନ ଚିସ୍ତି ଦେଇଥିବା ବୟାନକୁ ଦରଘାର ବୟାନ ହିସାବରେ ଗ୍ରହଣ ନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ମନ୍ତବ୍ୟ ଏକ ବ୍ୟକ୍ତିଗତ ବିବୃତି ଏବଂ ଏହା ଖୁବ୍‌ ନିନ୍ଦନୀୟ ବୋଲି କହିଛନ୍ତି ଦିୱାନ ଜୈନୁଲ ଆବେଦିନ ଅଲ୍ଲି ଖାନ ।

ସୂଚନାଯୋଗ୍ୟ, ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ସମଗ୍ର ଦେଶରେ ଅଶାନ୍ତିର ବାତାବରଣ ଖେଳି ଯାଇଛି। ସୋଶାଲ ମିଡିଆରେ ନୂପୁରଙ୍କ ମନ୍ତବ୍ୟକୁ ସମର୍ଥନ କରିବା ରାଜସ୍ଥାନ ଉଦୟପୁରର ଟେଲର କହ୍ନେୟା ଲାଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ଏହାକୁ କେନ୍ଦ୍ର କରି ୨ ମୁସଲିମ୍‌ ଯୁବକ ତାଙ୍କ ଦୋକାନରେ ପଶି ତାଙ୍କ ମୁଣ୍ଡ କାଟ କରିଦେଲେ। ପୁଲିସ୍‌ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ସାରିଥିବା ବେଳେ ଏହାର ତାତି କମିବା ନାଁ ଧରୁନି।

Communal Violence Hate Speech Nupur Sharma Row