Advertisment

ମୁଡ ଅଫ ନେଶନ: ସଲମାନଙ୍କୁ ପ୍ରଥମଥର ପଛରେ ପକାଇ ୧ନଂରେ ଅକ୍ଷୟ କୁମାର

ମୁମ୍ବାଇ: ସୋଶାଲ ମିଡିଆରେ ଆଉଟସାଇଡର ବନାମ ଇନସାଇଡରକୁ ନେଇ ବିତର୍କ ଚାଲିଥିବା ବେଳେ ବଲିଉଡ ଷ୍ଟାର ଅକ୍ଷୟ କୁମାର ସମସ୍ତ ଅଭିନେତାଙ୍କୁ ପଛରେ ପକାଇ ମୁଡ ଅଫ ନେଶନ ସର୍ଭେର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟସ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ସର୍ଭେ ବେଳେ ପ୍ରଥମଥର ପାଇଁ ବଲିଉଡର ଦବଙ୍ଗ ତଥା ଭାଇଜାନ ସଲମାନ ଖାନଙ୍କୁ ପଛରେ ପକାଇ ଅକ୍ଷୟ କୁମାର ବଲିଉଡର ୧ନଂ ଷ୍ଟାର ହୋଇଯାଇଛନ୍ତି। ଅକ୍ଷୟ କୁମାରଙ୍କୁ ୨୪% ଭୋଟ […]

ଅଦ୍ୟତନ ହୋଇଛି
ମୁଡ ଅଫ ନେଶନ: ସଲମାନଙ୍କୁ ପ୍ରଥମଥର ପଛରେ ପକାଇ ୧ନଂରେ ଅକ୍ଷୟ କୁମାର

t

Advertisment

ମୁମ୍ବାଇ: ସୋଶାଲ ମିଡିଆରେ ଆଉଟସାଇଡର ବନାମ ଇନସାଇଡରକୁ ନେଇ ବିତର୍କ ଚାଲିଥିବା ବେଳେ ବଲିଉଡ ଷ୍ଟାର ଅକ୍ଷୟ କୁମାର ସମସ୍ତ ଅଭିନେତାଙ୍କୁ ପଛରେ ପକାଇ ମୁଡ ଅଫ ନେଶନ ସର୍ଭେର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟସ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

Advertisment

ସର୍ଭେ ବେଳେ ପ୍ରଥମଥର ପାଇଁ ବଲିଉଡର ଦବଙ୍ଗ ତଥା ଭାଇଜାନ ସଲମାନ ଖାନଙ୍କୁ ପଛରେ ପକାଇ ଅକ୍ଷୟ କୁମାର ବଲିଉଡର ୧ନଂ ଷ୍ଟାର ହୋଇଯାଇଛନ୍ତି। ଅକ୍ଷୟ କୁମାରଙ୍କୁ ୨୪% ଭୋଟ ମିଳିଛି। ସେହିପରି ଦ୍ୱିତୀୟ ସ୍ଥାନରେ ୨୩% ଭୋଟ ସହ ବିଗ ବି ଅମିତାଭ ବଚ୍ଚନ ରହିଛନ୍ତି।

ତୃତୀୟ ସ୍ଥାନରେ ଶାହରୁଖ ଖାନ ରହିଥିବା ବେଳେ ତାଙ୍କ ସପକ୍ଷରେ ୧୧% ଭୋଟ ପଡ଼ିଛି। ସେହିପରି ଭାଇଜାନ ମାତ୍ର ୧୦% ଭୋଟ ପାଇ ୪ର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆମୀର ଖାନ(୬%) ୫ମ ସ୍ଥାନରେ ଓ ଅନ୍ୟାନ୍ୟ ହିରୋ ମାନଙ୍କୁ ୬% ଭୋଟ ମିଳିଛି।

Advertisment

ଗତବର୍ଷ ମୁଡ ଅଫ ନେଶନ ସର୍ଭେ ବେଳେ ସଲମାନ ଓ ଅକ୍ଷୟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ୨୦୧୬ରୁ ଅକ୍ଷୟ କୁମାରଙ୍କ ଲୋକପ୍ରିୟତା ଧୀରେଧୀରେ ବଢ଼ୁଥିବାରୁ ସେ ୨୦୨୦ରେ ସଲମାନଙ୍କୁ ପଛରେ ପକାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଫୋର୍ବସ ୨୦୨୦ ତାଲିକାରେ ଏକାମାତ୍ର ବଲିଉଡ ଷ୍ଟାର ଭାବେ ସ୍ଥାନ ପାଇଥିଲେ। ଅକ୍ଷୟ ଗତବର୍ଷ ପ୍ରାୟ ୩୬୨ କୋଟି ଟଙ୍କା ଆୟ କରିଥିବାରୁ ତାଙ୍କୁ ଏଭଳି ସଫଳତା ମିଳିଥିଲା।

News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe