Advertisment

ଏୟାରପୋର୍ଟରୁ ମିଳିଲା ଆଇଇଡି, ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ପୁଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକାର ମେଙ୍ଗାଲୁରୁ ଏୟାରପୋର୍ଟ ନିକଟରୁ ଆଜି ଆଇଇଡି ଭର୍ତ୍ତି ବିସ୍ଫୋରକ ଜବତ ହୋଇଛି। ଟିର୍ମିନାଲ ବିଲଡିଂରୁ ଏଭଳି ବିସ୍ଫୋରକ ଜବତ ହେବା ପରେ ସମଗ୍ର ମେଙ୍ଗାଲୁରୁରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଏହାର କିଛି ସମୟରେ ମେଙ୍ଗାଲୁରୁରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିବା ପରେ ଏହାର ଉଡ଼ାଣ ବନ୍ଦ କରାଯାଇଛି। ଆଇଇଡି ଓ ବୋମା ଧମକ ପଛରେ ଜଣେ ବ୍ୟକ୍ତିଙ୍କ ହାତ ଥିବା ପୁଲିସ୍‌ ସନ୍ଦେହ କରୁଛି। ଏହାପରେ ଅଟୋରେ […]

author-image
Hemant Lenka
ବିମାନ ବନ୍ଦରରେ ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦିଗ୍ଧ ବ୍ୟକ୍ତିର ଆତ୍ମସମର୍ପଣ

MENGALURU AIRPORT

ବେଙ୍ଗାଲୁରୁ: କର୍ଣ୍ଣାଟକାର ମେଙ୍ଗାଲୁରୁ ଏୟାରପୋର୍ଟ ନିକଟରୁ ଆଜି ଆଇଇଡି ଭର୍ତ୍ତି ବିସ୍ଫୋରକ ଜବତ ହୋଇଛି। ଟିର୍ମିନାଲ ବିଲଡିଂରୁ ଏଭଳି ବିସ୍ଫୋରକ ଜବତ ହେବା ପରେ ସମଗ୍ର ମେଙ୍ଗାଲୁରୁରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଏହାର କିଛି ସମୟରେ ମେଙ୍ଗାଲୁରୁରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିବା ପରେ ଏହାର ଉଡ଼ାଣ ବନ୍ଦ କରାଯାଇଛି।

Advertisment

ଆଇଇଡି ଓ ବୋମା ଧମକ ପଛରେ ଜଣେ ବ୍ୟକ୍ତିଙ୍କ ହାତ ଥିବା ପୁଲିସ୍‌ ସନ୍ଦେହ କରୁଛି। ଏହାପରେ ଅଟୋରେ ଆସିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରାଯାଇଛି। ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରେ ଆଇଇଡି ଭର୍ତ୍ତି ବ୍ୟାଗ ରଖିବା ପରେ ଅଟୋରେ ଚାଲି ଯାଇଥିବା ସିସିଟିଭିରୁ ଜଣାପଡ଼ିଛି।

ଆଜି ସକାଳ ୮.୪୫ରେ ଜଣେ ସିଆଇଏସଏଫ ଯବାନ ବିସ୍ଫୋରକ ଭର୍ତ୍ତି ପରିତ୍ୟକ୍ତ ବ୍ୟାଗ ଠାବ କରିଥିଲେ। ଏହାପରେ ବୋମା ନିଷ୍କ୍ରିୟ ଟିମ ଘଟଣା ସ୍ଥଳରେ ପହଞ୍ଚି କୌଣସି ଅଘଟଣ ଘଟିବା ପୂର୍ବରୁ ଏହାକୁ ଅକାମୀ କରିଦେଇଥିଲେ।

Advertisment

ସିସିଟିଭି ଫୁଟେଜ ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ହାତରେ ବ୍ୟାଗ ଧରି ଇଣ୍ଡିଗୋ ବିମାନ ପାଇଁ ଟିକେଟ କଟାଯାଉଥିବା କାଉଣ୍ଟର ନିକଟରେ ପହଞ୍ଚିଥିଲେ। ଏହାପରେ ସେ ସେହି ସ୍ଥାନରେ ବ୍ୟାଗଟିକୁ ରଖିଦେଇ ସେହି ଅଟୋରେ ଚାଲି ଯାଇଥିଲେ। ପୁଲିସ୍‌ ଏବେ ଉକ୍ତ ବ୍ୟକ୍ତି ଓ ଅଟୋର ଫଟୋ ଜାରି କରିଛି। ଏଥିସହ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।