Advertisment

ବେଙ୍ଗଲୁରୁରୁ ଅଲକାଏଦାର ଆଉ ଜଣେ ଆତଙ୍କୀ ଗିରଫ

ବେଙ୍ଗଲୁରୁ: ଆତଙ୍କୀ ସଙ୍ଗଠନ ଅଲକାଏଦାର ଜଣେ ସନ୍ଦିଗ୍ଧ ଆତଙ୍କୀକୁ ବେଙ୍ଗଲୁରୁରୁ ଗିରଫ କରାଯାଇଛି। ଗିରଫ ସନ୍ଦିଗ୍ଧ ଆତଙ୍କୀ ହେଉଛି ମୌଲାନା ଅଜଂର ଶାହା। ସେ ଭାରତରେ ଅଲକାଏଦାର ସ୍ଲିପର ସେଲ ସହିତ ଜଡ଼ିତ ଥିବା ଜଣାପଡ଼ିଛି। ମୌଲାନା ଅଜଂର ଶାହାକୁ ସଙ୍ଗଠନ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା। ବେଙ୍ଗଲୁରୁର ଜୟନଗରରେ ରହୁଥିବା  ଗିରଫ ଆତଙ୍କୀ ଆସିକ୍ ଘରୁ ତାକୁ ଏନଆଇଏର ଏକ ଟିମ୍ ବୁଧବାର ଗିରଫ କରିଥିଲା। ଗୁରୁବାର ପଟିଆଲା କୋର୍ଟରେ ମୌଲାନା ଅଜଂର ଶାହାକୁ ହାଜର […]

ଅଦ୍ୟତନ ହୋଇଛି
ବେଙ୍ଗଲୁରୁରୁ ଅଲକାଏଦାର ଆଉ ଜଣେ ଆତଙ୍କୀ ଗିରଫ

terroris

Advertisment

ବେଙ୍ଗଲୁରୁ: ଆତଙ୍କୀ ସଙ୍ଗଠନ ଅଲକାଏଦାର ଜଣେ ସନ୍ଦିଗ୍ଧ ଆତଙ୍କୀକୁ ବେଙ୍ଗଲୁରୁରୁ ଗିରଫ କରାଯାଇଛି। ଗିରଫ ସନ୍ଦିଗ୍ଧ ଆତଙ୍କୀ ହେଉଛି ମୌଲାନା ଅଜଂର ଶାହା। ସେ ଭାରତରେ ଅଲକାଏଦାର ସ୍ଲିପର ସେଲ ସହିତ ଜଡ଼ିତ ଥିବା ଜଣାପଡ଼ିଛି। ମୌଲାନା ଅଜଂର ଶାହାକୁ ସଙ୍ଗଠନ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା।

Advertisment

ବେଙ୍ଗଲୁରୁର ଜୟନଗରରେ ରହୁଥିବା  ଗିରଫ ଆତଙ୍କୀ ଆସିକ୍ ଘରୁ ତାକୁ ଏନଆଇଏର ଏକ ଟିମ୍ ବୁଧବାର ଗିରଫ କରିଥିଲା। ଗୁରୁବାର ପଟିଆଲା କୋର୍ଟରେ ମୌଲାନା ଅଜଂର ଶାହାକୁ ହାଜର କରିବା ପରେ ତାର ଗିରଫଦାରୀ ସମ୍ପର୍କରେ ଜଣାପଡ଼ିଥିଲା।  କୋର୍ଟ ତାକୁ ୨୦ ଜାନୁଆରୀ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୌଲାନା ଅଜଂର ଶାହା ଭାରତରେ ଅଏକାଏଦା ସଙ୍ଗଠନକୁ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉ ଥିଲା। ଯୁବକମାନଙ୍କୁ ଅଲକାଏଦା ପ୍ରତି ଆକୃଷ୍ଟ କରିବାକୁ ତାକୁ ଦାୟିତ୍ୱ ଦିଆଯାଇଥିଲା।

Advertisment

ମୌଲାନା ଭାରତୀୟ ଉପମହାଦୀପର ଅକଲକାଏଦା ମୁଖ୍ୟ ଆସିମ୍ ଅମରଙ୍କ ଜଡ଼ିତ ରହିଛି। ମୌଲାନ ସହ  ଭାରତୀୟ ଉପମହାଦୀପରେ ଅଲକାଏଦାର ୪ ଆତଙ୍କୀକୁ ଗିରଫ କରାଯାଇ ସାରିଛି।

ସୂଚନାଯୋଗ୍ୟ, ପ୍ରଥମେ ଅଲକାଏଦାର ସନ୍ଦିଗ୍ଧ ମହମ୍ମଦ ଆସିଫକୁ ଉତ୍ତର ପ୍ରଦେଶର ସମ୍ଭଳରୁ ଗିରଫ ପରେ ଜଫର ମସୁଦ ଓ  ଅବଦୁର ରେହମାନକୁ ଓଡ଼ିଶାର କଟକ ଜିଲ୍ଲାରୁ ଗିରଫ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe