/odisha-reporter/media/post_attachments/uploads/2018/10/a.jpg)
a
ଯୋଧପୁର: ରାଜସ୍ଥାନର ଯୋଧପୁରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା ମିଳିଛି। ବୋମା ରହିଥିବା ଖବର ମିଳିବା ପରେ ଯୋଧପୁର ବିମାନବନ୍ଦରରୁ ସବୁ ସେବାକୁ ବାତିଲ କରିଦିଆଯାଇଛି। ଏବେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯିବା ସହ ସର୍ଚ୍ଚ ଅପରେସନ୍ ଜାରି ରହିଛି।
Advertisment
ଯୋଧପୁର ବିମାନ ବନ୍ଦରକୁ ଲାଗି ଭାରତୀୟ ବାୟୁସେନାର ଏୟାର୍ ବେସ୍ ରହିଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ବିମାନ ବନ୍ଦରରୁ କେବଳ ଏୟାର୍ ଇଣ୍ଡିଆ, ଜେଟ୍ ଏୟାରୱେଜ୍ ଓ ସ୍ପାଇସ୍ ଜେଟ୍କୁ ସେବା ପ୍ରଦାନ କରିବା ପାଇଁ ଅନୁମତି ମିଳିଛି।
ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଥିବାରୁ ବିସ୍ତୃତ ସୂଚନା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
