Advertisment

୨୦୧୯ରେ ଦେଶର ସବୁଯାକ ନକ୍ସଲୀ ଅପରାଧ ଘଟିଛି ଓଡ଼ିଶାରେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୨୦୧୯ ମସିହାରେ ସମଗ୍ର ଦେଶରେ ନକ୍ସଲଙ୍କ ତରଫରୁ ସମୁଦାୟ ୧୩ଟି ରାଷ୍ଟ୍ରଦ୍ରୋହ ଓ ରାଜଦ୍ରୋହ ଘଟଣା ଘଟିଛି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ସବୁଯାକ ଘଟିଛି ଓଡ଼ିଶାରେ। ରାଜ୍ୟରେ ନକ୍ସଲ ଉପଦ୍ରବ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି ବୋଲି ରାଜ୍ୟ ସରକାର ଦାବି କରୁଥିବାବେଳେ ଏପରି ତଥ୍ୟ ନିଶ୍ଚୟ ସରକାରଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇଛି। ଜାତୀୟ ଅପରାଧ ବ୍ୟୁରୋ ରେକର୍ଡ଼ ଅନୁସାରେ ୨୦୧୮ ମସିହାରେ ରାଜ୍ୟରେ ଦୁଇଟି […]

author-image
Debendra Prusty
ମହିଳା କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ

naxal

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୨୦୧୯ ମସିହାରେ ସମଗ୍ର ଦେଶରେ ନକ୍ସଲଙ୍କ ତରଫରୁ ସମୁଦାୟ ୧୩ଟି ରାଷ୍ଟ୍ରଦ୍ରୋହ ଓ ରାଜଦ୍ରୋହ ଘଟଣା ଘଟିଛି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ସବୁଯାକ ଘଟିଛି ଓଡ଼ିଶାରେ। ରାଜ୍ୟରେ ନକ୍ସଲ ଉପଦ୍ରବ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି ବୋଲି ରାଜ୍ୟ ସରକାର ଦାବି କରୁଥିବାବେଳେ ଏପରି ତଥ୍ୟ ନିଶ୍ଚୟ ସରକାରଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇଛି।

Advertisment

ଜାତୀୟ ଅପରାଧ ବ୍ୟୁରୋ ରେକର୍ଡ଼ ଅନୁସାରେ ୨୦୧୮ ମସିହାରେ ରାଜ୍ୟରେ ଦୁଇଟି ରାଷ୍ଟ୍ରବିରୋଧୀ ନକ୍ସଲ ଆକ୍ରମଣ ଘଟଣା ଘଟିଥିଲା। ସେହିବର୍ଷ କେରଳରେ ଏପରି ଘଟଣାର ସଂଖ୍ୟା ଥିଲା ୧୧। ଛତିଶଗଡ଼ ଓ କର୍ଣ୍ଣାଟକରେ ମଧ୍ୟ ଦୁଇଟି କରି ଏପରି ଘଟଣା ଘଟିଥିଲା। ତେବେ ୨୦୧୯ ମସିହାରେ ଓଡ଼ିଶାରେ ଏପରି ଅପରାଧ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ସେହିବର୍ଷ ଦେଶର ଅନ୍ୟ କୌଣସି ରାଜ୍ୟରେ ଏପରି ଘଟଣା ନଥିବା ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ରାଜ୍ୟ ପୁଲିସର ପରିସଂଖ୍ୟା ଅନୁସାରେ ୨୦୧୯ ମସିହାରେ ରାଜ୍ୟରେ ମୋଟ ୪୪ଟି ନକ୍ସଲୀ ମାମଲା ଦାଏର ହୋଇଛି। ଏହି ବର୍ଷ ନକ୍ସଲମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଜଣ ବେସାମରିକ ନାଗରିକ ଓ ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସେହିପରି ପୁଲିସ କାର୍ଯ୍ୟାନୁଷ୍ଠାନରେ ୮ ଜଣ ନକ୍ସଲ ନିହତ ହୋଇଥିଲେ। ୨୦୧୯ରେ ପୁଲିସ ତରଫରୁ ୫୦ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିବାବେଳେ ୧୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ଏହି ବର୍ଷ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ୧୪ ଥର ଗୁଳି ବିନିମୟ ହୋଇଥିଲା।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ କ୍ରମାଗତ ଦୁଇ ବର୍ଷ ଧରି ନକ୍ସଲୀ ଉପଦ୍ରବ ନଥିବା ଯୁକ୍ତିରେ ରାଜ୍ୟ ସରକାର ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଜିଲ୍ଲାକୁ ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏବେ ରାଜ୍ୟର ୩୦ ଜିଲ୍ଲାରୁ କେବଳ କୋରାପୁଟ, ମାଲକାନଗିରି, ରାୟଗଡ଼ା, ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଆଦି ୧୦ଟି ଜିଲ୍ଲା ନକ୍ସଲ ଉପଦ୍ରବ ଜିଲ୍ଲା ଭାବେ ଗଣା ଯାଉଛି। ରାଜ୍ୟରେ ନକ୍ସଲ ଉପଦ୍ରବ ହ୍ରାସ ପାଇଥିବା ଦାବି କରି ରାଜ୍ୟ ସରକାର ନକ୍ସଲ ବିରୋଧୀ ସ୍ପେଶାଲ ଅପରେଶନ ଗ୍ରୁପ ବା ଏସଓଜିରୁ ୯୦୫ ପଦବୀ ଉଚ୍ଛେଦ କରିଛନ୍ତି ଓ ସେହି ପଦର କର୍ମଚାରୀମାନଙ୍କୁ ରାଜ୍ୟ ପୁଲିସରେ ସାମିଲ କରାଯାଇଛି।