Advertisment

ଜୁଲାଇରୁ ଆରମ୍ଭ ହେବ 'ଅମରନାଥ ଯାତ୍ରା'

ଜମ୍ମୁ: ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବାବା ଅମରନାଥଙ୍କ ଦର୍ଶନ କରିପାରିବେ ଭକ୍ତ। ଜମ୍ମୁ କାଶ୍ମୀରରେ ହିମାଳୟ ଗୁମ୍ଫା ଭିତର ମନ୍ଦିରକୁ ଅମରନାଥ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଅମରନାଥ ଶ୍ରୀକ୍ଷେତ୍ର ବୋର୍ଡ। ତେବେ ଏହି ଯାତ୍ରାର ଅବଧି ୧୫ ଦିନ ରହିଥିବା ବେଳେ ଏହା ଜୁଲାଇ ୨୧ରେ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ସୂଚନା ଯେ, ଅମରନାଥ ଜୀ ଶ୍ରୀକ୍ଷେତ୍ର ବୋର୍ଡ (ଏସଏସବି) ଜମ୍ମୁ […]

ଜୁଲାଇରୁ ଆରମ୍ଭ ହେବ 'ଅମରନାଥ ଯାତ୍ରା'

amarnath

Advertisment

ଜମ୍ମୁ: ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବାବା ଅମରନାଥଙ୍କ ଦର୍ଶନ କରିପାରିବେ ଭକ୍ତ। ଜମ୍ମୁ କାଶ୍ମୀରରେ ହିମାଳୟ ଗୁମ୍ଫା ଭିତର ମନ୍ଦିରକୁ ଅମରନାଥ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଅମରନାଥ ଶ୍ରୀକ୍ଷେତ୍ର ବୋର୍ଡ। ତେବେ ଏହି ଯାତ୍ରାର ଅବଧି ୧୫ ଦିନ ରହିଥିବା ବେଳେ ଏହା ଜୁଲାଇ ୨୧ରେ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ।

Advertisment

ସୂଚନା ଯେ, ଅମରନାଥ ଜୀ ଶ୍ରୀକ୍ଷେତ୍ର ବୋର୍ଡ (ଏସଏସବି) ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର ସମୁଦ୍ର ପତ୍ତନଠାରୁ ୩,୮୮୦ ମିଟର ଉଚ୍ଚରେ ଅବସ୍ଥିତ ଅମରନାଥ ଗୁମ୍ଫା ଶ୍ରୀକ୍ଷେତ୍ରକୁ ଯାତ୍ରା କାର‌୍ୟ୍ୟର ପରିଚାଳନା କରିଥାଏ। ଏଣୁ ଚଳିତ ବର୍ଷ ମଧ୍ୟ ଅମରନାଥ ଯାତ୍ରା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ବାବା ଅମରନାଥଙ୍କ ଦର୍ଶନ ଲାଗି ନିର୍ଦ୍ଧାରିତ ବୟସ ସୀମାର ଭକ୍ତ ହିଁ ଯାତ୍ରା କରିପାରିବେ। ଯାତ୍ରା ପାଇଁ ବୋର୍ଡ ପକ୍ଷରୁ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି। ସାଧୁଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଶ୍ରଦ୍ଧାଳୁଙ୍କ ବୟୟ ୫୫ ବର୍ଷ ବୟସରୁ କମ୍ ହେବା ଆବଶ୍ୟକ। ଏହାସହ ସମସ୍ତ ଯାତ୍ରୀଙ୍କ ନିକଟରେ କୋଭିଡ୍-୧୯ ଟେଷ୍ଟ ପ୍ରମାଣପତ୍ର ରହିଥିବା ଅନିର୍ବାର୍ଯ୍ୟ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Advertisment

ଅମରନାଥ ଯାତ୍ରା ଲାଗି 'ପ୍ରତୀକ ପୂଜା' ଶୁକ୍ରବାର ଶେଷ ହୋଇଯାଇଛି। କରୋନା ଭୂତାଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରା ଅବଧିକୁ ଛୋଟ କରିଦିଆଯାଇଛି। ଏହାସହ ୫୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ଯାତ୍ରା ଲାଗି ଅନୁମତି ମିଳିୂ ନାହିଁ। ଏହାସହ ସାଧୁଙ୍କ ବ୍ୟତୀତ ପ୍ରତ୍ୟେକ ତୀର୍ଥଯାତ୍ରୀ ଯାତ୍ରା ପାଇଁ ଅନଲାଇନ୍ ରେଜିଷ୍ଟର କରିବେ। ସେହିଭଳି ଏହି ୧୫ ଦିନିଆ ଯାତ୍ରା ଅବଧିରେ ପ୍ରତ୍ୟେହ ସକାଳେ ଓ ସନ୍ଧ୍ୟାରେ ଗୁମ୍ଫା ଶ୍ରୀକ୍ଷେତ୍ରରେ ହେବାକୁ ଥିବା 'ଆରତି'କୁ ସାରା ଦେଶର ଭକ୍ତମାନଙ୍କ ଦର୍ଶନ ଲାଗି ସିଧାପ୍ରସାରଣ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ସ୍ଥାନୀୟ ଶ୍ରମିକଙ୍କ ଅଭାବ ଯୋଗୁ ଏବଂ ବେସ୍ କ୍ୟାମ୍ପରୁ ଗୁମ୍ଫା ଶ୍ରୀକ୍ଷେତ୍ର ଯାଏ ଟ୍ରାକ୍ ବଜାୟ ରଖିବାରେ ଅସୁବିଧା କାରଣରୁ ଗାନ୍ଦେରବାଲ ଜିଲ୍ଲାର ବାଲତାଲ ବେସ କ୍ୟାମ୍ପରୁ ଗୁମ୍ଫା ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ୨୦୨୦ ଅମରନାଥ ଯାତ୍ରା ହେଲିକେପ୍ଟର ମାଧ୍ୟମରେ ଆୟୋଜିତ ହେବ। ତେବେ କେବଳ ଉତ୍ତର କାଶ୍ମୀର ବାଲତାଲ୍ ମାର୍ଗ ଦେଇ ଯାତ୍ରା କରାଯିବ। ଏଣୁ କୌଣସୀ ତୀର୍ଥଯାତ୍ରୀଙ୍କୁ ପାହଲଗାମ ମାର୍ଗ ଦେଇ ଯାତ୍ରା କରିବାକୁ ଅନୁମିତି ଦିଆଯିବ ନାହିଁ ବୋଲି ବୋର୍ଡ ସୂଚନା ଦେଇଛି।

ସୂଚନାଯୋଗ୍ୟ, ୨୦୨୦ ଅମରନାଥ ଯାତ୍ରା ଅଗଷ୍ଟ ୩ରେ ଶ୍ରାବଣ ପୂର୍ଣ୍ଣିମା ଦିନ ସମାପ୍ତ ହେବ, ଯେଉଁଦିନ ସୌଭାଗ୍ୟକୁ ରକ୍ଷା ବନ୍ଧନ ପର୍ବ ପଡ଼ୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe