Advertisment

ମଙ୍ଗଳ ଗ୍ରହରୁ ଅଜବ ଶବ୍ଦ ରେକର୍ଡ କଲା ନାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ସତରେ କ’ଣ କେହି ବସବାସ କରୁଛନ୍ତି? ଏମିତି ଅଜବ ଅଜବ ଶବ୍ଦ କରୁଛି। ଏବେ ଏଭଳି ପ୍ରଶ୍ନ ସବୁର ଉତ୍ତର ଜାଣିବାକୁ ପ୍ରୟାସ ଆରମ୍ଭ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ମଙ୍ଗଳ ଗ୍ରହ ଉପରେ ଗବେଷଣା ଜାରି ରଖିଥିବା ନାସା ନିଜର ସ୍ୟାଟେଲାଇଟ୍‌ ସାହାଯ୍ୟରେ ମଙ୍ଗଳ ଗ୍ରହରୁ କିଛି ଅଜବ ଅଜବ ଶବ୍ଦ ସବୁ ରେକର୍ଡ କରିଛି। ଆଉ ଏହି ଶବ୍ଦ ସବୁ ପ୍ରକୃତରେ କାହାର ତାହା ଜାଣିବା ପାଇଁ […]

author-image
Subrat Kumar Nayak
ମଙ୍ଗଳ ଗ୍ରହରୁ ଅଜବ ଶବ୍ଦ ରେକର୍ଡ କଲା ନାସା

nasa

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ସତରେ କ’ଣ କେହି ବସବାସ କରୁଛନ୍ତି? ଏମିତି ଅଜବ ଅଜବ ଶବ୍ଦ କରୁଛି। ଏବେ ଏଭଳି ପ୍ରଶ୍ନ ସବୁର ଉତ୍ତର ଜାଣିବାକୁ ପ୍ରୟାସ ଆରମ୍ଭ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ମଙ୍ଗଳ ଗ୍ରହ ଉପରେ ଗବେଷଣା ଜାରି ରଖିଥିବା ନାସା ନିଜର ସ୍ୟାଟେଲାଇଟ୍‌ ସାହାଯ୍ୟରେ ମଙ୍ଗଳ ଗ୍ରହରୁ କିଛି ଅଜବ ଅଜବ ଶବ୍ଦ ସବୁ ରେକର୍ଡ କରିଛି। ଆଉ ଏହି ଶବ୍ଦ ସବୁ ପ୍ରକୃତରେ କାହାର ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି ନାସା।

Advertisment

ନାସାର ପଠାଇଥିବା ଇନ୍‌ସାଇଟ୍ ଲ୍ୟାଣ୍ଡର୍‌ ମାଧ୍ୟମରେ ମଙ୍ଗଳ ଗ୍ରହରୁ ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକ ଅଜବ ଶବ୍ଦ ରେକର୍ଡ କରାଯାଇଛି। ଯେଉଁଥିରେ ୨୧ଟି ଶବ୍ଦ ବହୁତ ଷ୍ଟ୍ରଙ୍ଗ୍‌ ଥିବା କହିଛି ନାସା। ଏହି ଇନ୍‌ସାଇଟ୍ ଲ୍ୟାଣ୍ଡରରେ ଅତି ସମ୍ବେଦନଶୀଳ ସିସ୍‌ମୋ ମିଟର୍‌ ଲାଗିଥିବାରୁ ଏହା ଛୋଟରୁ ଛୋଟ କମ୍ପନକୁ ମଧ୍ୟ ରେକର୍ଡ କରିପାରିବେ। ନାସାର ଜେପିଏଲ୍(ଜେଟ୍‌ ପ୍ରପୋଲ୍‌ସନ୍‌ ଲେବୋରୋଟୋରୀ) ମଙ୍ଗଳ ଗ୍ରହରେ କମ୍ପନ ଥିବା ଜାଣିବାକୁ ପାଇଛି। ନାସା ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏଭଳି ସୂଚନା ରହିଛି।

ତେବେ ରେକର୍ଡ କରାଯାଇଥିବା ଏହିସବୁ ଶବ୍ଦ ଉପରେ ଗେବଷଣା ଚାଲିଛି। ଏହି ଶବ୍ଦଗୁଡ଼ିକର ଲୁତି ରହିଥିବା ଅଲଗା ଅଲଗା ଅର୍ଥକୁ ବୁଝିବାକୁ ବୈଜ୍ଞାନିକମାନେ ଚେଷ୍ଟା ଚଲାଇଛନ୍ତି। ତେବେ ଅଧିକ ଗବେଷଣାରୁ ଏସବୁ ରହସ୍ୟ ପଛର ସତ୍ୟ ଉନ୍ମୋଚନ କରାଯାଇ ପାରିବ ବୋଲି କୁହାଯାଉଛି।

Advertisment