Advertisment

ଲକ୍‌ଡାଉନରେ ହେଲା ବାହାଘର, ବାଇକ୍ ଧରି କନ୍ୟା ଘରେ ପହଞ୍ଚିଲା ବର

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଏବେ ସାରା ଦେଶ ଲକ୍‌ଡାଉନ୍। କେହି କୁଆଡେ ଯାଇପାରିବେନି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏବେ ସମସ୍ତେ ସଚେତନ। କିନ୍ତୁ ଏଭଳି ପରିସ୍ଥିତିରେ ବି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଉତ୍ତରପ୍ରଦେଶର ଜଣେ ଯୁବକ। ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବ୍ ସଚେତନତାର ସହ ସେମାନେ ବିବାହ କରିଛନ୍ତି। ଗୁରୁବାର ରାତିରେ ବର ବିବାହ ପୋଷାକ ପିନ୍ଧି ବାପାଙ୍କୁ ମୋଟରସାଇକେଲରେ ବସାଇ ନିଜର ଦୁଇଜଣ ବନ୍ଧୁଙ୍କ ସହ କନ୍ୟାଙ୍କ ଘରେ […]

ଅଦ୍ୟତନ ହୋଇଛି
ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ

Marriage up

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଏବେ ସାରା ଦେଶ ଲକ୍‌ଡାଉନ୍। କେହି କୁଆଡେ ଯାଇପାରିବେନି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏବେ ସମସ୍ତେ ସଚେତନ। କିନ୍ତୁ ଏଭଳି ପରିସ୍ଥିତିରେ ବି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଉତ୍ତରପ୍ରଦେଶର ଜଣେ ଯୁବକ।

Advertisment

ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବ୍ ସଚେତନତାର ସହ ସେମାନେ ବିବାହ କରିଛନ୍ତି। ଗୁରୁବାର ରାତିରେ ବର ବିବାହ ପୋଷାକ ପିନ୍ଧି ବାପାଙ୍କୁ ମୋଟରସାଇକେଲରେ ବସାଇ ନିଜର ଦୁଇଜଣ ବନ୍ଧୁଙ୍କ ସହ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଅତିରୁ ଅତି କମ୍ ଲୋକଙ୍କ ଉପସ୍ଥିତିରେ ତାଙ୍କର ବିବାହ ସମ୍ପନ ହେଲା ପରେ ବର-କନ୍ୟାକୁ ବାଇକରେ ବସାଇ ତାଙ୍କ ଘରକୁ ନେଇ ଆସିଥିଲେ।

କରୋନା କଟକଣା ଚାଲିଥିବା ବେଳ ପୁଲିସ ଷ୍ଟେସନ ପରିସରସ୍ଥ ଜାଟନ ଅଞ୍ଚଳରେ ଏହି ବିବାହ ସମ୍ପନ୍ନ ହୋଇଛି। କୋଟୱାଲି ଗ୍ରାମ ପୁଲିସ ଷ୍ଟେସନ ଅଧୀନ ନାସିରପୁର ଗାଁର ୨୨ ବର୍ଷୀୟ ବର ବିକାଶ କୁମାର ଗତ ୧୮ ମାସ ଧରି ତାଙ୍କ ବିବାହକୁ ଅପେକ୍ଷାକରି ରହିଥିଲେ। ନିଜ ପସନ୍ଦର ଝିଅଙ୍କ ସହ ଅନେକ ଦିନ ତଳୁ ତାଙ୍କ ନିର୍ବନ୍ଧ ଶେଷ ହୋଇଥିଲା।

Advertisment

ଅତ୍ୟନ୍ତ ଚମତ୍କାର ଢଙ୍ଗରେ ଆଫ ଖୁୁବ୍ ଜାକଜମକରେ ବିବାହ କରିବାକୁ ଚାହୁଁଥିଲେ ବିକାଶ। ହେଲେ କରୋନା ସଂକ୍ରମଣ ପାଇଁ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଲକ୍‌ଡାଉନ୍ ପାଇଁ ତାଙ୍କର ଏ ଇଚ୍ଛା ପୂରଣ ହୋଇପାରିଲା ନାହିଁ। କିନ୍ତୁ କୌଣସି ପରିସ୍ଥିତିରେ ବିକାଶ ତାଙ୍କ ବିବାହ ତାରିଖକୁ ଆଉ ଘୁଞ୍ଚାଇବାକୁ ଚାହୁଁ ନ ଥିଲେ। ତେଣୁ ସେ ବିନା ଆଡ଼ମ୍ବରରେ ହେଉ ପଛେ ବିବାହ କରିବାକୁ ନିଷ୍ପତ୍ତି ନେଲେ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ସଂକ୍ରମଣ ନେଇ ସତର୍କତା ଦୃଷ୍ଟିରୁ ବିବାହ ସମୟରେ ବର ସମେତ ଅନ୍ୟ ସମସ୍ତେ ମାସ୍କ ପିନ୍ଧିଥିଲେ ଏବଂ ସାନିଟାଇଜର ବ୍ୟବହାର କରିଥିଲେ। ତେବେ ଏଭଳି ବିବାହ ନେଇ ବିକାଶ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋର ଏକ ଆଡ଼ମ୍ବରରେ ବିବାହ କରିବାର ସମସ୍ତ ଯୋଜନା ନଷ୍ଟ ହୋଇଯାଇଛି। କିନ୍ତୁ ମୁଁ ତଥାପି ଖୁସି ଯେ, ଏହି ବିବାହ ସମ୍ପନ୍ନ ହୋଇଗଲା।“

ସୂଚନା ଥାଉ କି, ବୁଧବାର ମଧ୍ୟ ଏକ ମୁସଲମାନ ଦମ୍ପତି ଫେସ୍ ଟାଇମ୍ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିବାହ କରିଥିଲେ। ଏହି ବିବାହ ହାରଦୋଇ ଜିଲ୍ଲାରେ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe