Advertisment

ଅମୀରଙ୍କୁ ପୁଣି ଝଟକା, ‘ଅତୁଲ୍ୟ ଭାରତ’ ପରେ ‘ସଡ଼କ ସୁରକ୍ଷା’ କ୍ୟାମ୍ପେନରୁ ବାଦ୍

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ଫରଫେକ୍ଟନିଷ୍ଟ ଅମୀର ଖାନଙ୍କୁ ଲାଗିଛି ଆଉ ଏକ ଶକ୍ତ ଧକ୍କା। ‘ଅତୁଲ୍ୟ ଭାରତ’ ପରେ ତାଙ୍କୁ ‘ସଡ଼କ ସୁରକ୍ଷା’ କ୍ୟାମ୍ପେନରୁ ମଧ୍ୟ ହଟାଇ ଦିଆଯାଇଛି। ଏକ ଜାତୀୟ ଗଣମାଧ୍ୟମ ଏହି ଖବର ପ୍ରକାଶ କରିଛି। ଅସହିଷ୍ଣୁତା ନେଇ ଅମୀର ଯେଉଁ ବୟାନ ଦେଇଥିଲେ, ସେଥିପାଇଁ ତାଙ୍କୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି। ୨୦୧୪ ଡିସେମ୍ବରରୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ‘ସଡ଼କ ସୁରକ୍ଷା’ କ୍ୟାମ୍ପେନର ବ୍ରାଣ୍ଡ ଆମ୍ବାସଡର ଥିବା ପିକେ ଷ୍ଟାର […]

‘ଲଗାନ୍’ ସିକ୍ୱେଲରେ ଦେଖିବାକୁ ମିଳିବେନି ଅମୀର

amir

Advertisment

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ଫରଫେକ୍ଟନିଷ୍ଟ ଅମୀର ଖାନଙ୍କୁ ଲାଗିଛି ଆଉ ଏକ ଶକ୍ତ ଧକ୍କା। ‘ଅତୁଲ୍ୟ ଭାରତ’ ପରେ ତାଙ୍କୁ ‘ସଡ଼କ ସୁରକ୍ଷା’ କ୍ୟାମ୍ପେନରୁ ମଧ୍ୟ ହଟାଇ ଦିଆଯାଇଛି। ଏକ ଜାତୀୟ ଗଣମାଧ୍ୟମ ଏହି ଖବର ପ୍ରକାଶ କରିଛି। ଅସହିଷ୍ଣୁତା ନେଇ ଅମୀର ଯେଉଁ ବୟାନ ଦେଇଥିଲେ, ସେଥିପାଇଁ ତାଙ୍କୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି।

Advertisment

୨୦୧୪ ଡିସେମ୍ବରରୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ‘ସଡ଼କ ସୁରକ୍ଷା’ କ୍ୟାମ୍ପେନର ବ୍ରାଣ୍ଡ ଆମ୍ବାସଡର ଥିବା ପିକେ ଷ୍ଟାର ଅମୀରଙ୍କୁ ବାଦ ଦେଇଛନ୍ତି ମନ୍ତ୍ରୀ ନୀତିନ ଗଡ଼କରୀ। ସେହି ବର୍ଷ ଅକ୍ଟୋବରରେ ଅମୀରଙ୍କ ଟିଭି ଶୋ ‘ସତ୍ୟମେବ ଜୟତେ’ ଦେଖିବା ପରେ ଗଡ଼କରୀ ତାଙ୍କୁ ବ୍ରାଣ୍ଡ ଅ୍ରାମ୍ବାସଡର କରିବାକୁ ବ୍ୟକ୍ତିଗତ ଭାବେ ମନୋନୀତ କରିଥିଲେ। ପରେ ଅମୀର ବିନା ପାଉଣାରେ ସଡ଼କ ସୁରକ୍ଷା ନେଇ ବିଜ୍ଞାପନ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe