Advertisment

ଅମରିନ୍ଦର ମୁଖ୍ୟମନ୍ତ୍ରୀ, ସିଦ୍ଧୁ ମନ୍ତ୍ରୀ

ଚଣ୍ଡିଗଡ଼: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କ୍ୟାପଟେନ୍‌ ଅମରିନ୍ଦର ସିଂହ। କ୍ୟାପଟେନଙ୍କ ସହ ୯ ଜଣିଆ ମନ୍ତ୍ରିମଣ୍ଡଳନ ମଧ୍ୟ ଶପଥ ନେଇଛି। ପୂର୍ବତନ କ୍ରିକେଟର ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସକାଳ ୧୦ଟାରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଠିକ୍ ୧୦ଟା ୧୬ ମିନିଟ୍‌ରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ରାଜ୍ୟପାଳ ଭିପିସିଂ ବଦ୍‌ନୋର ତାଙ୍କୁ ଓ ତାଙ୍କ ମନ୍ତ୍ରୀମାନଙ୍କୁ ପଦ […]

ଅମରିନ୍ଦର ମୁଖ୍ୟମନ୍ତ୍ରୀ, ସିଦ୍ଧୁ ମନ୍ତ୍ରୀ

sidhu

Advertisment

ଚଣ୍ଡିଗଡ଼: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କ୍ୟାପଟେନ୍‌ ଅମରିନ୍ଦର ସିଂହ। କ୍ୟାପଟେନଙ୍କ ସହ ୯ ଜଣିଆ ମନ୍ତ୍ରିମଣ୍ଡଳନ ମଧ୍ୟ ଶପଥ ନେଇଛି। ପୂର୍ବତନ କ୍ରିକେଟର ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ସକାଳ ୧୦ଟାରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଠିକ୍ ୧୦ଟା ୧୬ ମିନିଟ୍‌ରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ରାଜ୍ୟପାଳ ଭିପିସିଂ ବଦ୍‌ନୋର ତାଙ୍କୁ ଓ ତାଙ୍କ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

ଏହି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଦଳର ବହୁ ପ୍ରମୁଖ ନେତା ଉପସ୍ଥିତ ଥିଲେ।

Advertisment

ଯେଉଁ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ସେହିଦିନ ୭୫ ବର୍ଷରେ ପଦାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ। ସେ ପଟିଆଲା ବିଧାନସଭା ଆସନରୁ ବିଜୟୀ ହୋଇ ଆସିଛନ୍ତି। ପଞ୍ଜାବରେ କଂଗ୍ରେସର ବିଜୟ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ୧୧୭ଟି ବିଧାନସଭା ଆସନରୁ କଂଗ୍ରେସ ୭୭ଟିରେ ବିଜୟୀ ହୋଇଛି। କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe