Advertisment

ଲକଡାଉନ ୫.୦: ମୋଦିଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ଆସନ୍ତା ରବିବାର ରାତି ୧୨ଟାରେ ଲକଡାଉନ ୪.୦ ଶେଷ ହେବ। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଉ ଦୁଇ ସପ୍ତାହ ଲକଡାଉନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ଲକଡାଉନ ୫.୦ରେ କ’ଣ ସବୁ କଟକଣା କୋହଳ କରାଯିବ ଓ କେଉଁ ସ୍ଥାନରେ କଡ଼ା ନିୟମ ଲାଗୁ କରାଯିବ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଆଜି ମଧ୍ୟାହ୍ନରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଲକଡାଉନ ୫.୦: ମୋଦିଙ୍କୁ ଭେଟିଲେ ଅମିତ ଶାହ

fs

ନୂଆଦିଲ୍ଲୀ: ଆସନ୍ତା ରବିବାର ରାତି ୧୨ଟାରେ ଲକଡାଉନ ୪.୦ ଶେଷ ହେବ। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଉ ଦୁଇ ସପ୍ତାହ ଲକଡାଉନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ଲକଡାଉନ ୫.୦ରେ କ’ଣ ସବୁ କଟକଣା କୋହଳ କରାଯିବ ଓ କେଉଁ ସ୍ଥାନରେ କଡ଼ା ନିୟମ ଲାଗୁ କରାଯିବ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି।

Advertisment

ଆଜି ମଧ୍ୟାହ୍ନରେ ଶାହ ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହାପରେ ଉଭୟ ନେତା ଦୀର୍ଘ ସମୟ ଧରି ଅଲୋଚନା କରିଛନ୍ତି। ଲକଡାଉନର ୪ଟି ପର୍ଯ୍ୟାୟରେ କ’ଣ ସବୁ ଲାଭ ହୋଇଛି, ସେ ବିଷୟରେ ବି ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି।

ଏହି ବୈଠକ ପୂର୍ବରୁ ଗତକାଲି ସନ୍ଧ୍ୟାରେ ଶାହ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ଲକଡାଉନ ୫.୦ର ରୂପରେଖ କ’ଣ ରହିବା ଦରକାର, ସେ ବିଷୟରେ ସେ ସମସ୍ତଙ୍କ ମତାମତ ଲୋଡ଼ିଥିଲେ।

Advertisment

ସୂତ୍ର ଅନୁସାରେ, ଦେଶର ୧୩ଟି ସହରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସେସବୁ ସ୍ଥାନ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ନିୟମ ପ୍ରଣୟନ କରିବାର ସମ୍ଭାବନା ଥିବା କୁହାଯାଉଛି। ବାକି ଅନ୍ୟ ସ୍ଥାନଗୁଡ଼ିକରେ ମନ୍ଦିର, ମଲ ଓ ଜମିକୁ ଲକଡାଉନ ୫.୦ରେ ଖୋଲିବାକୁ ଅନୁମତି ମିଳିପାରେ।

Coronavirus Lockdown In India Coronavirus Cases