Advertisment

ଅମିତ ଶାହ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଟୁଇଟ୍ କରି ନିଜେ ସୂଚନା ଦେଇଛନ୍ତି ଅମିତ ଶାହ। ସେ କହିଛନ୍ତି ‘କରୋନାର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବା ପରେ ମୁଁ ପରୀକ୍ଷା କରିଥିଲି ଏବଂ ରିପୋର୍ଟ ପଜିଟିଭ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ତୁମେ ସମସ୍ତେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, […]

ଅଦ୍ୟତନ ହୋଇଛି
ଗୁଜରାଟ, ନୂଆଦିଲ୍ଲୀ ପରେ ଶାହଙ୍କ ନୂଆ ଠିକଣା ପଶ୍ଚିମବଙ୍ଗ!

amit shah

Advertisment

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଟୁଇଟ୍ କରି ନିଜେ ସୂଚନା ଦେଇଛନ୍ତି ଅମିତ ଶାହ। ସେ କହିଛନ୍ତି 'କରୋନାର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବା ପରେ ମୁଁ ପରୀକ୍ଷା କରିଥିଲି ଏବଂ ରିପୋର୍ଟ ପଜିଟିଭ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ତୁମେ ସମସ୍ତେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ଦୟାକରି ନିଜକୁ ଅଲଗା କର ଏବଂ ତୁମର ସ୍ୱାସ୍ଥ୍ୟ ପରୀକ୍ଷା କରାଅ'। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଦେଶବାସୀ ମଧ୍ୟ ଶାହଙ୍କ ଆରୋଗ୍ୟ ପ୍ରାର୍ଥନା କରୁଛନ୍ତି। ଗତ ଶନିବାର ଲୋକମଣିଆ ବାଲ ଗଙ୍ଗାଧର ତିଲକଙ୍କ ଶହେ ତମ ବାର୍ଷିକୀ ଅବସରରେ ଅମିତ ଶାହା ଏକ ଆନ୍ତର୍ଜାତୀୟ ସେମିନାରକୁ ସମ୍ବୋଧିନ କରିଥିଲେ।

https://twitter.com/AmitShah/status/1289882101915893764

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ନିଜେ ଦିଲ୍ଲୀର ଦାୟିତ୍ୱ ନେଇଥିଲେ। ଏମିତିକି ଏଲଏନଜେପି ହସ୍ପିଟାଲ ବୁଲି ଶାହ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଦିଲ୍ଲୀରେ କରୋନା ପରୀକ୍ଷା ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଥିଲା। ଏବେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନରେ କମ୍ ରହିଥିବା ସୂଚନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe