Advertisment

ଅମିତ ଓ ସ୍ମୃତି ଇତିହାସରେ ଦୁର୍ବଳ: ଟମ୍  ୱଡ଼କ୍କନ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଟମ୍  ୱଡ଼କ୍କନ ଆଜି  ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଇତିହାସ ପ‍ଢ଼ିବାକୁ କହିଛନ୍ତି। ସେ କହିଛନ୍ତି, “ ଏ ଦୁଇ ଜଣ ନେତାଙ୍କୁ କୌଣସି ପ୍ରଫେସରଙ୍କ ଦ୍ୱାରା ଇତିହାସ ପଢ଼ାଯିବା ଦରକାର। କାରଣ  ସେମାନେ ଉଭୟ  ଏ ବିଷୟରେ ଦୁର୍ବଳ ଅଟନ୍ତି।” ବଡ଼କ୍କନ  କହିଛନ୍ତି,  “ଲୋକପ୍ରିୟତା  ପାଇଁ  ଆମେ  ବିଶିଷ୍ଟ ବ୍ୟକ୍ତିଙ୍କୁ ସମାଲୋଚନା କରିଥାଉ। ଭାରତରେ ନେହେରୁ, ଗାନ୍ଧି ଓ ଅନ୍ୟ ବହୁ ନେତା […]

ଅଦ୍ୟତନ ହୋଇଛି
ଅମିତ ଓ ସ୍ମୃତି ଇତିହାସରେ ଦୁର୍ବଳ: ଟମ୍  ୱଡ଼କ୍କନ

shah_

Advertisment

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଟମ୍  ୱଡ଼କ୍କନ ଆଜି  ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଇତିହାସ ପ‍ଢ଼ିବାକୁ କହିଛନ୍ତି। ସେ କହିଛନ୍ତି, “ ଏ ଦୁଇ ଜଣ ନେତାଙ୍କୁ କୌଣସି ପ୍ରଫେସରଙ୍କ ଦ୍ୱାରା ଇତିହାସ ପଢ଼ାଯିବା ଦରକାର। କାରଣ  ସେମାନେ ଉଭୟ  ଏ ବିଷୟରେ ଦୁର୍ବଳ ଅଟନ୍ତି।”

Advertisment

ବଡ଼କ୍କନ  କହିଛନ୍ତି,  “ଲୋକପ୍ରିୟତା  ପାଇଁ  ଆମେ  ବିଶିଷ୍ଟ ବ୍ୟକ୍ତିଙ୍କୁ ସମାଲୋଚନା କରିଥାଉ। ଭାରତରେ ନେହେରୁ, ଗାନ୍ଧି ଓ ଅନ୍ୟ ବହୁ ନେତା  ଦୂରଦର୍ଶୀ ଥିଲେ। ସେମାନେ ବିଶ୍ୱଦରବାରରେ ଦୃଢ଼ତାର ସହ ଭାରତର ପ୍ରତିନିଧିତ୍ୱ କରିଛନ୍ତି।”

ସେ କହିଛନ୍ତି,“ ବିଜେପି ଅଧ୍ୟକ୍ଷ  ନେହେରୁଙ୍କୁ ନାମ ନେଇ କାହିଁକି ନେହେରୁଙ୍କ ଛବି ଖରାପ କରୁଛନ୍ତି। ଏହା ଦ୍ୱାରା ନେହେରୁଙ୍କ  କିଛି କ୍ଷତି ହେବ ନାହିଁ। ଅମିତ ଶାହାଙ୍କ କ୍ଷତି ହେବ।”

Advertisment

ସେ ଆହୁରି  କହିଛନ୍ତି, “ଅମିତ ଶାହା ଯଦି ତାଙ୍କ ନିଜର ପାର୍ଟି  ଉପରେ ଫୋକସ ଦେଇ କାମ କରନ୍ତେ ତାହାହେଲେ ଭଲ ହୁଅନ୍ତା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe