ଅମୃତସର: ରାମଲୀଳା ସରିଲା। ରାବଣ ବଧ ହେଲା । ରାମଙ୍କ ହାତରେ ମୋକ୍ଷ ଗଲା ମହାଜ୍ଞାନୀ ରାବଣ। ଅସତ୍ୟ ଉପରେ ସତ୍ୟର ବିଜୟ ପରେ ରାମ ନାମରେ ପ୍ରକମ୍ପିତ ହେଲା ଚତୁର୍ଦିଗ। ରାବଣ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିବା ଦଲବୀରଙ୍କ ଚମତ୍କାର ଅଭିନୟ ପାଇଁ ସମସ୍ତେ ତାଙ୍କୁ ସାବାସି ବି ଜଣାଇଲେ। ଆଉ ଆରବର୍ଷ ପୁଣି ଥରେ ସେ ହିଁ ରାବଣ ହୁଅନ୍ତୁ ବୋଲି କେହି କେହି ଅନୁରୋଧ ବି କରିଥିଲେ। ହେଲେ କିଏ ଜାଣି ଥିଲା ୟା ପରେ ସେ ଆଉ କେବେ ମଞ୍ଚ ଚଢି ପାରିବେନି ବୋଲି। ତାଙ୍କର ସେ ବିକଟାଳ ହସ ଯାହା ପୌରାଣିକ ଚରିତ୍ର ରାବଣର ଭ୍ରମ ସୃଷ୍ଟି କରୁଥିଲା, ତାହା ଆଉ ତାଙ୍କ ମୁହଁରୁ ଶୁଣିବାକୁ ମିଳିବନି ବୋଲି। କିନ୍ତୁ ସତ ଖାଲି ଏତିକି, 'ରାବଣ' ସତ ସତିକା ମରିଗଲା ସବୁଦିନ ପାଇଁ ।
ଆମେ କହୁଛୁ, ଅମୃତସରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦଲବିର ସିଂହଙ୍କ କଥା। ଯେ କାଲି ରାବଣ ଭୂମିକାର ଅବତ୍ତୀର୍ଣ୍ଣ ହୋଇଥିଲେ। ଆଉ ରାମଲୀଳା ସରିବା ପରେ ରାବଣ ପୋଡି ଉତ୍ସବ ଦେଖିବାକୁ ପହଞ୍ଚିଥିଲେ ପଡ଼ିଆରେ। ହେଲେ ଆତସବାଜି ଭଲ ଦିଶିବନି ବୋଲି ଭାବି ରେଳଧାରଣା ପାଖକୁ ଚଢି ଯାଇଥିଲେ। ଯେଉଁଠି ସ୍ପଷ୍ଟ ଦିଶୁଥିଲା ରାବଣ ପୋଡି ଆଉ ଆତସବାଜି।
ହେଲେ ଏଇ ଟିକକ ଭୁଲ୍ ପାଇଁ ସବୁ ଶେଷ ହୋଇଗଲା। କାଳ ଯମ ଭଳି ମାଡି ଆସିଲା ଟ୍ରେନ୍। ବାଣ ଫୁଟୁଥିବାରୁ ଟ୍ରେନ ଆସୁଥିବାର ଶବ୍ଦ କାନକୁ ଶୁଭିଲାନି। ଶେଷରେ ଦଲବୀରଙ୍କ ସମେତ ପ୍ରାୟ ୬୦ ଜଣଙ୍କୁ ନିଜ ଆଁରେ ପୂରାଇ ମୃତ୍ୟୁ ଗର୍ଭକୁ ଠେଲିଦେଲା ଟ୍ରେନ୍।
ଦଲବୀର ସିନା ଚାଲିଗଲେ ହେଲେ ଛାଡି ଯାଇଛନ୍ତି ଦେଢ ବର୍ଷର କଅଁଳା ପୁଅ, ବୃଦ୍ଧା ମା’ ଆଉ ସ୍ତ୍ରୀଙ୍କୁ। ଏବେ ସେମାନଙ୍କ କଥା ବୁଝିବାକୁ କେହି ନାହିଁ। କାନ୍ଦବୋବାଳିରେ ଫାଟି ପଡୁଛି ଘର। କଅଁଳା ଛୁଆଟି ମା’ କୋଳରେ ଥାଇ କିଛି ବୁଝି ପାରୁନି। ଖାଲି ଯାହା ମା’ ଆଖିର ଲୁହକୁ ପ୍ରତ୍ୟକ୍ଷ କରୁଛି।
#Amritsar: Dalbir Singh (pic 1), who played the role of Ravan in a Ramlila in the city during Dussehra celebrations, died in #AmritsarTrainAccident, yesterday. His mother (pic 3) says, "I appeal to the govt to provide a job to my daughter-in law. She also has a 8-month old baby." pic.twitter.com/MFDHVhwf4G
— ANI (@ANI) October 20, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।