Advertisment

ଅମୃତସର ଜେଲକୁ ଯିବ ଭୁଲ୍ଲର

ନୂଆଦିଲ୍ଲୀ: ୧୯୯୩ ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାର ଦୋଷୀ ଦେବେନ୍ଦ୍ରର ପାଲ‌୍‍ ସିଂହ ଭୁଲ୍ଲରକୁ  ଦିଲ୍ଲୀର ତିହାର ଜେଲରୁ ଅମୃତସରର ସେଣ୍ଟ୍ରାଲ୍ ଜେଲକୁ  ସ୍ଥାନାନ୍ତର କରାଯିବ। ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ ନଜୀବ ଜଙ୍ଗ‌। ଏହା ବି ଦିଲ୍ଲୀ ଉପ-ରାଜ୍ୟପାଳ ନାଜୀବ ଜଙ୍ଗ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଚାଲିଥିବା ଟଣାଓଟରାର ଫଳ ବୋଲି କୁହାଯାଉଛି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ  ଭେଟିଥିଲେ ପୂର୍ବତନ କଂଗ୍ରେସ ନେତା ଏମ୍.ଏସ୍ ବିଟ୍ଟା। ଆଉ ଭୁଲ୍ଲରକୁ […]

ଅମୃତସର ଜେଲକୁ ଯିବ ଭୁଲ୍ଲର

Bhullar

Advertisment

ନୂଆଦିଲ୍ଲୀ: ୧୯୯୩ ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାର ଦୋଷୀ ଦେବେନ୍ଦ୍ରର ପାଲ‌୍‍ ସିଂହ ଭୁଲ୍ଲରକୁ  ଦିଲ୍ଲୀର ତିହାର ଜେଲରୁ ଅମୃତସରର ସେଣ୍ଟ୍ରାଲ୍ ଜେଲକୁ  ସ୍ଥାନାନ୍ତର କରାଯିବ। ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ ନଜୀବ ଜଙ୍ଗ‌।

Advertisment

ଏହା ବି ଦିଲ୍ଲୀ ଉପ-ରାଜ୍ୟପାଳ ନାଜୀବ ଜଙ୍ଗ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଚାଲିଥିବା ଟଣାଓଟରାର ଫଳ ବୋଲି କୁହାଯାଉଛି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ  ଭେଟିଥିଲେ ପୂର୍ବତନ କଂଗ୍ରେସ ନେତା ଏମ୍.ଏସ୍ ବିଟ୍ଟା। ଆଉ ଭୁଲ୍ଲରକୁ ତିହାରରୁ ଅମୃତସର ଜେଲକୁ ପଠାଯିବାକୁ ହେଉଥିବା ବିଚାରକୁ ବିରୋଧ କରିଥିଲେ। ତାକୁ ଅମୃତସର ନପଠାଇବାକୁ ସେ ଦାବି କରିଥିଲେ। ସେ ଆଶଙ୍କା କରୁଛନ୍ତି ଯେ ଅମୃତସର ଜେଲରୁ ଭୁଲ୍ଲର ଫେରାର ହୋଇଯାଇପାରେ।

ସୂଚନାଯୋଗ୍ୟ ଯେ, ଆତଙ୍କୀ ସଙ୍ଗଠନ ଖଲିସ୍ତାନ ଲିବରେସନ୍ ଫୋର୍ସର ସଦସ୍ୟ ଥିଲା ଦେବେନ୍ଦ୍ରର ପାଲ‌୍‍ ସିଂହ ଭୁଲ୍ଲର। ୧୯୯୩ରେ ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଗତବର୍ଷ ତାର ସଜ୍ଜାକୁ ଆଜୀବନ କାରାଦଣ୍ଡାଦେଶରେ ପରିଣତ କରି ଦିଆଯାଇଛି। ୧୯୯୩ରେ ଦିଲ୍ଲୀର ଯୁବ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣର ଟାର୍ଗେଟରେ ଥିଲେ ୟୁଥ‌୍‍ କଂଗ୍ରେସର ତତତ୍କାଳୀନ ଅଧ୍ୟକ୍ଷ ଏମ.ଏସ ବିଟ୍ଟା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe