ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା କନ୍ଦୁକୁର ସହର ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍ ଓ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ୧୫ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ମୃତକ ମିନି ଟ୍ରକରେ ସବାର ହୋଇଥିଲେ। ଦୁର୍ଘଟଣା ପରେ ବସଟି ଜଳି ଯାଇଥିଲା। ତେବେ ସେଥିରେ ଡ୍ରାଇଭର ଓ ହେଲପରକୁ ଛାଡ଼ି ଦେଲେ ଆଉ କେହି ନଥିଲେ।
ପୋଲିସ୍ ପକ୍ଷରୁ କୁହାଯାଇଛି, ଏକ ବରଯାତ୍ରୀ ଦଳକୁ ନେଇ ମିନି ଟ୍ରକଟି କନ୍ଦୁକୁରରୁ ଆସୁଥିବା ବେଳେ ବିପରୀତ ଆସୁଥିବା ବସ୍ ସହିତ ଏହାର ମୁହାଁମୁହାଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏମାନେ ସମସ୍ତେ ମିନି ଟ୍ରକରେ ବସିଥଲେ। ଟ୍ରକଟିରେ ପ୍ରାୟ ୪୦ ଜଣ ଲୋକ ବସିଥିଲେ। ଆହତମାନଙ୍କୁ ଓଙ୍ଗୋଲେ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବସଟି ଜଳି ଯାଇଥିଲା। ତେବେ ବସରେ କୌଣସି ଯାତ୍ରୀ ନ ଥିଲେ। ବସର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।
National
ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ
ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
National
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି।
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।