Advertisment

ଆନ୍ଧ୍ରପ୍ରଦେଶ: ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା,୧୩ ମୃତ,୧୫ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା  କନ୍ଦୁକୁର ସହର ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍  ଓ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ୧୫ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ମୃତକ ମିନି ଟ୍ରକରେ ସବାର ହୋଇଥିଲେ। ଦୁର୍ଘଟଣା ପରେ ବସଟି ଜଳି ଯାଇଥିଲା। ତେବେ ସେଥିରେ ଡ୍ରାଇଭର ଓ ହେଲପରକୁ ଛାଡ଼ି ଦେଲେ ଆଉ କେହି ନଥିଲେ। ପୋଲିସ୍ ପକ୍ଷରୁ କୁହାଯାଇଛି, ଏକ ବରଯାତ୍ରୀ ଦଳକୁ ନେଇ […]

ଆନ୍ଧ୍ରପ୍ରଦେଶ: ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା,୧୩ ମୃତ,୧୫ ଆହତ

truck

Advertisment

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା  କନ୍ଦୁକୁର ସହର ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍  ଓ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ୧୫ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ମୃତକ ମିନି ଟ୍ରକରେ ସବାର ହୋଇଥିଲେ। ଦୁର୍ଘଟଣା ପରେ ବସଟି ଜଳି ଯାଇଥିଲା। ତେବେ ସେଥିରେ ଡ୍ରାଇଭର ଓ ହେଲପରକୁ ଛାଡ଼ି ଦେଲେ ଆଉ କେହି ନଥିଲେ।

Advertisment

ପୋଲିସ୍ ପକ୍ଷରୁ କୁହାଯାଇଛି, ଏକ ବରଯାତ୍ରୀ ଦଳକୁ ନେଇ ମିନି ଟ୍ରକଟି କନ୍ଦୁକୁରରୁ ଆସୁଥିବା ବେଳେ ବିପରୀତ ଆସୁଥିବା ବସ୍ ସହିତ ଏହାର ମୁହାଁମୁହାଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏମାନେ ସମସ୍ତେ ମିନି ଟ୍ରକରେ ବସିଥଲେ। ଟ୍ରକଟିରେ ପ୍ରାୟ ୪୦ ଜଣ ଲୋକ ବସିଥିଲେ। ଆହତମାନଙ୍କୁ ଓଙ୍ଗୋଲେ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବସଟି ଜଳି ଯାଇଥିଲା। ତେବେ ବସରେ କୌଣସି ଯାତ୍ରୀ ନ ଥିଲେ। ବସର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe