Advertisment

ଆନ୍ଧ୍ରପ୍ରଦେଶ: ଗୋଦାବରୀ ନଦୀକୁ ଖସିଲା ଭ୍ୟାନ,୨୨ ମୃତ

ରାଜମୁଣ୍ଡରୀ:  ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଧବଳେଶ୍ୱରମ୍ ବ୍ରିଜରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମିନିବସ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯ଜଣ ମହିଳା ଓ ୭ଜଣ ଶିଶୁ ଅଛନ୍ତି। ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଏକମାତ୍ର ଯାତ୍ରୀ କରନ (୧୩)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି।ମୃତକମାନଙ୍କ ଘର ବିଶାଖାପାଟନମ ଜିଲ୍ଲା ଅଚ୍ୟୁତପୁରମରେ। ସେମାନେ ତିରୁମାଲାର ଭେଙ୍କେଟଶ୍ୱରମ ଓ ବିଜୟୱାଡାର କନକଦୂର୍ଗାଙ୍କ ଦର୍ଶନ ସାରି ଫେରୁଥିବା […]

ଅଦ୍ୟତନ ହୋଇଛି
ଆନ୍ଧ୍ରପ୍ରଦେଶ: ଗୋଦାବରୀ ନଦୀକୁ ଖସିଲା ଭ୍ୟାନ,୨୨ ମୃତ

godabri

Advertisment

ରାଜମୁଣ୍ଡରୀ:  ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଧବଳେଶ୍ୱରମ୍ ବ୍ରିଜରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମିନିବସ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯ଜଣ ମହିଳା ଓ ୭ଜଣ ଶିଶୁ ଅଛନ୍ତି। ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଏକମାତ୍ର ଯାତ୍ରୀ କରନ (୧୩)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି।ମୃତକମାନଙ୍କ ଘର ବିଶାଖାପାଟନମ ଜିଲ୍ଲା ଅଚ୍ୟୁତପୁରମରେ। ସେମାନେ ତିରୁମାଲାର ଭେଙ୍କେଟଶ୍ୱରମ ଓ ବିଜୟୱାଡାର କନକଦୂର୍ଗାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସର କହିବା ଅନୁସାରେ ଦ୍ରୁତଗତିରେ ଗାଡି ଚାଲୁଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇ ବ୍ରିଜରୁ ନଦୀକୁ ଖସି ପଡିଥିଲା। ଦୁର୍ଘଟଣା ସ୍ଥଳରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବାଳିକାଙ୍କ ମୃତ୍ୟୁ ହୋଇଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe