/odisha-reporter/media/post_attachments/uploads/2015/10/madical-collage.jpg)
madical-collage
ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସାରା ଦେଶରେ ଗୋଟିଏ ପରୀକ୍ଷା କରିବାକୁ ଏମସିଆଇର ଗ୍ରୀନ୍ ସିଗନାଲ ଦେଇଛି। ଏମବିବିଏସ୍, ବିଡିଏସ୍ ସମେତ ଡାକ୍ତରୀ ପାଠ୍ୟକ୍ରମରେ ସାଧାରଣ ପ୍ରବେଶିକା ପରୀକ୍ଷା ନେଇ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିସପତ୍ର ପଠାଇଛି। ଅକ୍ଟୋବର ୧ରେ ଏମସିଆଇର ଜେନେରାଲ ବଡି ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି। ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟକୁ ପୂର୍ବରୁ ପ୍ରସ୍ତାବ ଆସିଥିଲା। ତେବେ ଏହି ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ଏମସିଆଇର ମତ ଲୋଡିଥିଲା। ପ୍ରଚଳିତ ଆଇନ ଅନୁଯାୟୀ, ମେଡିକାଲ ପାଠପଢ଼ା ପାଇଁ ରାଜ୍ୟ ସରକାର, ଘରୋଇ ମେଡିକାଲ କଲେଜ ଓ ଡିମଡ ୟୁନିଭର୍ସିଟି ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରବେଶିକା ପରୀକ୍ଷା କରାଯାଉଛି। ତେବେ ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ଦେଶବ୍ୟାପୀ ମେଡିକାଲ ପାଠ୍ୟକ୍ରମ ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଗୋଟିଏ ପରୀକ୍ଷା ଦେବାକୁ ପଡିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
