/odisha-reporter/media/post_attachments/uploads/2020/12/nepal.jpg)
nepal
କାଠମାଣ୍ଡୁ: ନେପାଳରେ ସରକାର ଭାଙ୍ଗିବା ପରେ ଏବେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ କନ୍ଦଳ ଜାରି ରହିଛି। ଏହାର ସମଧାନ ପାଇଁ ନେପାଳରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଦୂତ। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ, ଦଳର ସଭାପତି ପୁଷ୍ପକ କମଲ ଦହଲ ‘ପ୍ରଚଣ୍ଡ’ ଏବଂ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସହିତ କାଠମାଣ୍ଡରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଆଲୋଚନା କରିଥିଲେ। ହେଲେ କୌଣସି ସକାରାତ୍ମକ ଫଳ ନମିଳିବାରୁ ରବିବାର କାଠମାଣ୍ଡରେ ପହଞ୍ଚିଛନ୍ତି ଜିନପିଙ୍ଗଙ୍କ ଦୂତ ଗୁଓ ୟେଝୁ (Guo Yezhou)।
ଗୁଓ ନେପାଳରେ ପହଞ୍ଚିବା ପରେ ନେପାଳବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଚାଇନା ଦୂତାବାସକୁ ଘେରି ଯାଇ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ନେପାଳବାସୀ। ଗୋ ବ୍ୟାକ ନାରା ଦେବାସହିତ ନେପାଳର ଜମିକୁ ଫେରାଇ ଦେବା ପାଇଁ ଦାବି କରିଛନ୍ତି ଲୋକେ।
ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା। ଭାରତର କିଛି ଅଂଶକୁ ଜୋର ଜବରଦସ୍ତି ନିଜର ବୋଲି ଦାବି କରିଛି ନେପାଳ। ଚାଇନା ସମର୍ଥନରେ ନେପାଳ ତା’ର ସଂଶୋଧିତ ମ୍ୟାପ୍କୁ ସଂସଦରେ ପାସ୍ କରାଇଥିଲା। ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି। ସେହି ଦିନଠାରୁ କେ.ପି ଶର୍ମା ଓଲି ଦଳରୁ ସମାଲୋଚିତ ହୋଇ ଆସୁଥିଲେ।
ଏହାପରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ କେପି ଶର୍ମା ସଂସଦ ଭାଙ୍ଗି କରିବାକୁ ପରାମର୍ଶ ଦେଇଥିଲେ। ଯାହାକୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଅନୁମୋଦନ ଦେଇଥିଲେ। ଏହା ପରେ ଏପ୍ରିଲ-ମେ ମାସରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଗତ ବୁଧବାର ଅପରାହ୍ନରେ ଓଲି ଏବଂ ଦହଲଙ୍କ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା ଯେଉଁଥିରେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସର୍ବସମ୍ମତି କ୍ରମେ ଦଳର ସଂସଦୀୟ ନେତା ଭାବରେ ନିର୍ବାଚିତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
