Advertisment

ଜସ୍‌ଲୀନ୍‌ଙ୍କ ସହ ଜଲୋଟାଙ୍କ ଲଗନ୍‌ରେ ପୂର୍ଣ୍ଣଚ୍ଛେଦ !

ମୁମ୍ବାଇ (ଓଡ଼ିଶା ରିପୋର୍ଟର)- ବିଗ୍‌ବସ୍‌-୧୨ରେ ସାମ୍ନାକୁ ଆସିଥିବା ‘ଲାଗି ଐସି ଲଗନ୍‌’ ଫେମ୍‌ର ଭଜନ ସମ୍ରାଟ୍‌ ଅନୁପ୍‌ ଜଲୋଟାଙ୍କ ପ୍ରେମର ଲଗନ୍‌ ସେହି ବିଗ୍‌ବସ୍‌ରେ ହିଁ ସରିଯାଇଛି। ଏହା ସହିତ ସରିଯାଇଛି ୬୫ ବର୍ଷୀୟ ଜଲୋଟାଙ୍କ ସହିତ ୨୮ ବର୍ଷୀୟ ଜସ୍‌ଲୀନ୍‌ ମଥାରୁଙ୍କ ସଂଗୀତମୟ ପ୍ରେମ କାହାଣୀ। ଆଉ ହଠାତ୍‌ ଆରମ୍ଭ ହୋଇ ସାରା ଭାରତରେ ଚର୍ଚ୍ଚାର ବିଷୟ ସାଜିଥିବା ଏହି ପ୍ରେମର ‘ଦି ଏଣ୍ଡ’ ମଧ୍ୟ ସେହିଭଳି ରୋଚକ। #JasleenMatharu ka kapdon ke taraf […]

ଜସ୍‌ଲୀନ୍‌ଙ୍କ ସହ ଜଲୋଟାଙ୍କ ଲଗନ୍‌ରେ ପୂର୍ଣ୍ଣଚ୍ଛେଦ !

Jalota-lagan

Advertisment

ମୁମ୍ବାଇ (ଓଡ଼ିଶା ରିପୋର୍ଟର)- ବିଗ୍‌ବସ୍‌-୧୨ରେ ସାମ୍ନାକୁ ଆସିଥିବା 'ଲାଗି ଐସି ଲଗନ୍‌' ଫେମ୍‌ର ଭଜନ ସମ୍ରାଟ୍‌ ଅନୁପ୍‌ ଜଲୋଟାଙ୍କ ପ୍ରେମର ଲଗନ୍‌ ସେହି ବିଗ୍‌ବସ୍‌ରେ ହିଁ ସରିଯାଇଛି। ଏହା ସହିତ ସରିଯାଇଛି ୬୫ ବର୍ଷୀୟ ଜଲୋଟାଙ୍କ ସହିତ ୨୮ ବର୍ଷୀୟ ଜସ୍‌ଲୀନ୍‌ ମଥାରୁଙ୍କ ସଂଗୀତମୟ ପ୍ରେମ କାହାଣୀ। ଆଉ ହଠାତ୍‌ ଆରମ୍ଭ ହୋଇ ସାରା ଭାରତରେ ଚର୍ଚ୍ଚାର ବିଷୟ ସାଜିଥିବା ଏହି ପ୍ରେମର 'ଦି ଏଣ୍ଡ' ମଧ୍ୟ ସେହିଭଳି ରୋଚକ।
https://twitter.com/ColorsTV/status/1047063787935805442

Advertisment

ଜଲୋଟା ଏହି ନିଷ୍ପତ୍ତି ଏକ ଟାସ୍କ ଯୋଗୁ ନେଇଛନ୍ତି, ଯେଉଁଥିରେ ବିଗ୍‌ବସ୍‌ ଗୃହର ଅନ୍ୟତମ ସଦସ୍ୟ ଦୀପିକା କକ୍କର ଜଲୋଟାଙ୍କୁ କିଡ୍‌ନାପ୍‌ କରି ବନ୍ଦୀ କରି ରଖିଥିଲେ। ଏହି ଯୋଡ଼ିଙ୍କୁ ଏଲିମିନେସନ୍‌ରୁ ବଞ୍ଚାଇବା ପାଇଁ ଜସ୍‌ଲୀନ୍‌ଙ୍କୁ ତାଙ୍କର ଅତି ପ୍ରିୟ ସମସ୍ତ ପୋଷାକ ଓ ମେକ୍‌ ଅପ୍‌ କିଟ୍ ସମର୍ପଣ କରିବାପାଇଁ ଏବଂ କାନ୍ଧ ପର୍ଯ୍ୟନ୍ତ ଚୁଟି କାଟିବା ପାଇଁ କୁହାଯାଇଥିଲା। ଏଥିରେ କିନ୍ତୁ ଅରାଜି ହୋଇଥିଲେ ଜସ୍‌ଲୀନ୍‌। ଯାହା ଜଲୋଟାଙ୍କୁ ଏହା ଝଟ୍‌କା ସଦୃଶ ମନେ ହୋଇଥିଲା ଏବଂ ତାଙ୍କଠାରୁ ଜସ୍‌ଲୀନ୍‌ ତାଙ୍କ ନିଜ ମେକ୍‌ଅପ୍‌ କିଟକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ତାଙ୍କ କ୍ରୋଧ ଆଉ ସୀମାରେ ରହି ନଥିଲା। ସେହି ସମାନ ଟାସ୍କରେ ଅନ୍ୟ ଯୋଡ଼ିମାନେ ନିଜ ନିଜର ପ୍ରିୟ ବସ୍ତୁକୁ ସମର୍ପଣ କରିଦେବାକୁ ରାଜି ହେଉଥିବା ଦେଖି ଜଲୋଟା ଆହୁରି ରାଗିଯାଇ ଜସ୍‌ଲୀନ୍‌ଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ କରିଦେଇଥିଲେ।
https://twitter.com/halfpsych/status/1046812954505744384

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe