ଆରମ୍ଭ ହେଲା ମୁସଲମାନଙ୍କ ବିଶ୍ୱାସର ଯାତ୍ରା ‘ହଜ’

ମକ୍କା: ପବିତ୍ର ସହର ମକ୍କାରେ ସୋମବାର ସୂର୍ଯ୍ୟାସ୍ତ ପରେ ଆରମ୍ଭ ହୋଇଛି ମୁସଲମାନ ସମ୍ପ୍ରଦାୟଙ୍କ ବିଶ୍ୱାସର ଯାତ୍ରା ‘ହଜ’। ମୁସଲିମ ପଞ୍ଜିକା ଅନୁସାରେ ଆଜିଠାରୁ ଆସନ୍ତା ୫ଦିନ ଯାଏ ‘ଧୁଲ ହିଜ୍ଜା-୮’ ଆରମ୍ଭ ହୋଇଛି। ମୁସଲମାନ ସମ୍ପ୍ରଦାୟର ଲକ୍ଷ ଲକ୍ଷ ଅନୁଗାମୀ ମକ୍କା ସହରରୁ ମିନା ଉପତ୍ୟାକା ଆଡକୁ ୫ କିଲୋମିଟର ଯାଏ ଏହି ଯାତ୍ରା କରିବେ। ଏଥିରେ ଭାରତରୁ ୧.୫ ଲକ୍ଷ ଭାରତୀୟ ମୁସଲମାନ ଯୋଗ ଦେଇଛନ୍ତି। ଏହାସହ ବିଶ୍ୱର କୋଣ ଅନୁକୋଣରୁ ମକ୍କାକୁ ଚଳିତବର୍ଷ […]

hajj_tech_01

Rakesh Mallick
  • Published: Monday, 21 September 2015
  • , Updated: 04 May 2017, 03:44 PM IST

ମକ୍କା: ପବିତ୍ର ସହର ମକ୍କାରେ ସୋମବାର ସୂର୍ଯ୍ୟାସ୍ତ ପରେ ଆରମ୍ଭ ହୋଇଛି ମୁସଲମାନ ସମ୍ପ୍ରଦାୟଙ୍କ ବିଶ୍ୱାସର ଯାତ୍ରା ‘ହଜ’। ମୁସଲିମ ପଞ୍ଜିକା ଅନୁସାରେ ଆଜିଠାରୁ ଆସନ୍ତା ୫ଦିନ ଯାଏ ‘ଧୁଲ ହିଜ୍ଜା-୮’ ଆରମ୍ଭ ହୋଇଛି। ମୁସଲମାନ ସମ୍ପ୍ରଦାୟର ଲକ୍ଷ ଲକ୍ଷ ଅନୁଗାମୀ ମକ୍କା ସହରରୁ ମିନା ଉପତ୍ୟାକା ଆଡକୁ ୫ କିଲୋମିଟର ଯାଏ ଏହି ଯାତ୍ରା କରିବେ। ଏଥିରେ ଭାରତରୁ ୧.୫ ଲକ୍ଷ ଭାରତୀୟ ମୁସଲମାନ ଯୋଗ ଦେଇଛନ୍ତି। ଏହାସହ ବିଶ୍ୱର କୋଣ ଅନୁକୋଣରୁ ମକ୍କାକୁ ଚଳିତବର୍ଷ ଲକ୍ଷ ଲକ୍ଷ ମୁସଲମାନ ଧର୍ମାବଲମ୍ବୀ ପହଞ୍ଚିଛନ୍ତି । ସକାଳୁ ସୂର୍ଯ୍ୟସ୍ତ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥନା କରିବା ପରେ ମୁସଲମାନ ଧର୍ମାବଲମ୍ବୀ  ୫ ଦିନିଆ ଯାତ୍ରା ଆରମ୍ଭ କରିଥିଲେ। ପ୍ରବଳ ଭିଡକୁ ଆଖି ଆଗରେ ରଖି ବହୁ ମୁସଲମାନ ଧର୍ମାବଲମ୍ବୀ ବିଳମ୍ବିତ ରାତିରେ ‘ହଜ’ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡିଛି। ଏହି ୫ ଦିନିଆ ଯାତ୍ରକୁ ଆଖି ଆଗରେ ସାଉଦୀ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଗଳା ପାଇଁ ପ୍ରଶାସନ ପକ୍ଷରୁ ୧ ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି।

Related story