Advertisment

ଫସିଯିବେ କି ଅର୍ଣ୍ଣବ?

ନୂଆଦିଲ୍ଳୀ: ବଢ଼ିପାରେ ରିପବ୍ଲିକ ଟିଭି ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡୁଆ। ଫେକ୍‌ ଟିଆର୍‌ପି ସ୍କାମ ମାମଲରେ ସେ ଫସିପାରନ୍ତି। ଅର୍ଣ୍ଣବ ଗୋସ୍ୱାମୀ ଏବଂ BARCର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଏକ ହ୍ୱାଟସ୍‌ଆପ୍‌ ଚାର୍ଟର ସ୍କ୍ରିନସଟ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶୁକ୍ରବାର ଏହି ସ୍କ୍ରିନସର୍ଟ ସାମ୍ନାକୁ ଆସିବା ପରେ ଅର୍ଣ୍ଣବଙ୍କ ପାଇଁ ଅଡୁଆ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସୂଚନାମୁତାବକ, ଯେଉଁ ହ୍ୱାଟସଆପ୍‌ ଚାର୍ଟର ସ୍କ୍ରିନସଟ୍ ସାମ୍ନାକୁ ଆସିଛି ସେଥିରେ ଗୋଟିଏ ଅର୍ଣ୍ଣବ […]

ଅଦ୍ୟତନ ହୋଇଛି
ଫସିଯିବେ କି ଅର୍ଣ୍ଣବ?

Arnab goswami

Advertisment

ନୂଆଦିଲ୍ଳୀ: ବଢ଼ିପାରେ ରିପବ୍ଲିକ ଟିଭି ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡୁଆ। ଫେକ୍‌ ଟିଆର୍‌ପି ସ୍କାମ ମାମଲରେ ସେ ଫସିପାରନ୍ତି। ଅର୍ଣ୍ଣବ ଗୋସ୍ୱାମୀ ଏବଂ BARCର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଏକ ହ୍ୱାଟସ୍‌ଆପ୍‌ ଚାର୍ଟର ସ୍କ୍ରିନସଟ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶୁକ୍ରବାର ଏହି ସ୍କ୍ରିନସର୍ଟ ସାମ୍ନାକୁ ଆସିବା ପରେ ଅର୍ଣ୍ଣବଙ୍କ ପାଇଁ ଅଡୁଆ ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

Advertisment

ସୂଚନାମୁତାବକ, ଯେଉଁ ହ୍ୱାଟସଆପ୍‌ ଚାର୍ଟର ସ୍କ୍ରିନସଟ୍ ସାମ୍ନାକୁ ଆସିଛି ସେଥିରେ ଗୋଟିଏ ଅର୍ଣ୍ଣବ ଗୋସ୍ବାମୀ ନାଁ ଥିବା ବେଳେ ଅନ୍ୟଟିରେ ପାର୍ଥୋ ଦାସଗୁପ୍ତାଙ୍କ ନାଁ ରହିଥିବା ଦେଖିବାକୁ ମିଳିଛି। ୨୦୧୯ରେ ଅର୍ଣ୍ଣବ ଏବଂ ଦାସଗୁପ୍ତାଙ୍କ ମଧ୍ୟରେ ଟିଆର୍‌ପିକୁ ନେଇ ଏହି କଥାବାର୍ତ୍ତା ହୋଇଥିବା ଦାବି କରାଯାଉଛି। ଏଥିସହ ମୁମ୍ବାଇ ପୁଲିସ ଜବତ କରିଥିବା ୫ଶହ ପୃଷ୍ଠା ବିଶିଷ୍ଟ ହ୍ୱାଟସ୍‌ଆପ ଚାର୍ଟର ଏହା ଏକ ଅଂଶ ବୋଲି କୁହାଯାଉଛି। ସେପଟେ କିନ୍ତୁ ମୁମ୍ବାଇ ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନାହିଁ।

ଏହି ଭାଇରାଲ ହ୍ବାର୍ଟସ୍‌ଆପ୍‌ ଚାର୍ଟକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ସରକାରଙ୍କ ଆଖି ସାମ୍ନାରେ ଅନେକ ସ୍କାମ ହେଉଛି। ଆମ ସରକାରରେ ମିଡିଆ ତା' ପାୱରର ଭୁଲ୍‌ ବ୍ୟବହାର କରୁଛି। ଏଭଳି ଲୋକଙ୍କୁ  ଆଇନ ଅନୁଯାୟୀ ଜେଲ୍‌ ଦଣ୍ଡାଦେଶ ଦେବା ଉଚିତ।  ଦେଶର ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି। ସେହିପରି ବହୁଜନ ମାଗାଜିନର ଏଡିଟର ଅର୍ଣ୍ଣବଙ୍କୁ ଟିଆର୍‌ପି ଟେରରିଷ୍ଟ ବୋଲି କହିଛନ୍ତି।

Advertisment


ସୂଚନା ମୁତାବକ, ଏହି ମାମଲା ଟିଆର୍‌ପି ସ୍କାମ ସହ ଜଡିତ, ଯାହାର ଖୁଲାସା ଗତବର୍ଷ ହୋଇଥିଲା। କିଛି ଘରୋଇ ଚ୍ୟାନେଲ ବିଜ୍ଞାପନ ଜରିଆରେ ରେଭେନ୍ୟୁ ହାସଲ କରିବା ପାଇଁ ଟିଆର୍‌ପିରେ ହେରଫେର କରୁଥିବା ଅଭିଯୋଗ ଉଠିଥିଲା। ମୁମ୍ବାଇ ପୁଲିସ ଏହି ମାମଲାରେ ମାଜିଷ୍ଟ୍ରେଟ କୋର୍ଟରେ ୧୪୦୦ ପୃଷ୍ଟା ସମ୍ଭଳିତ ଚାର୍ଜସିଟ ଦାଖଲ କରିସାରିଛି। ରିପବ୍ଲିକ ଟିଭିର କର୍ମଚାରୀଙ୍କ ସମେତ ୧୨ଜଣ ଅଭିଯୁକ୍ତଙ୍କ ନାଁ ଏହିଥିରେ ସାମିଲ ରହିଛି। ସେପଟେ ଫେକ ଟିଆର୍‌ପି ସ୍କାମ ଅଭିଯୋଗରେ ପୂର୍ବରୁ  BARCର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତା ଗିରଫ ହୋଇସାରିଛନ୍ତି। ଏହି ମାମଲାରେ ଗତ ଜାନୁଆରୀ ୬ ତାରିଖରେ ବମ୍ବେ ହାଇକୋର୍ଟରେ ଶୁଣାଣି ବେଳେ ରପବ୍ଲିକ ଟିଭି ଏବଂ ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବା ମୁମ୍ବାଇ ପୁଲିସ ଦାବି କରିଥିଲା।

TRP Scam Arnab Goswami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe