Advertisment

୧୪ ଦିନର ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ୍ ମିଡିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଲିବାଗର ଏକ ସ୍ଥାନୀୟ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଣ୍ଣବଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତେବେ ପୁଲିସ୍ ଅର୍ଣ୍ଣବଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ପୁଲିସର ଏହି ଅନୁରୋଧକୁ ଖାରଜ କରିଦେଇଥିଲେ। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କୋର୍ଟରେ ସେମାନଙ୍କୁ […]

ଅଦ୍ୟତନ ହୋଇଛି
୧୪ ଦିନର ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଣ୍ଣବ ଗୋସ୍ୱାମୀ

arnab

Advertisment

ମୁମ୍ବାଇ: ରିପବ୍ଲିକ୍ ମିଡିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଲିବାଗର ଏକ ସ୍ଥାନୀୟ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଣ୍ଣବଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତେବେ ପୁଲିସ୍ ଅର୍ଣ୍ଣବଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ପୁଲିସର ଏହି ଅନୁରୋଧକୁ ଖାରଜ କରିଦେଇଥିଲେ। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ଜାମିନ ପାଇଁ ଅର୍ଣ୍ଣବଙ୍କ ଓକିଲ ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇପାରେ। ସେପଟେ ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ତାଙ୍କ ପତ୍ନୀ ଓ ଆଉ ଦୁଇ ଜଣଙ୍କ ନାଁରେ ମୁମ୍ବାଇ ପୁଲିସ ଆଉ ଏକ ମାମଲା ରୁଜୁ କରିଛି। ଅର୍ଣ୍ଣବଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏମାନେ ସମସ୍ତେ ମିଶି ବାଧାସୃଷ୍ଟି କରିଥିବା ଏତଲାରେ ଦର୍ଶାଯାଇଛି।

ଗତକାଲି ମୁମ୍ବାଇ ଓ ରାୟଗଡ଼ ପୋଲିସର ମିଳିତ ଟିମ୍ ଅର୍ଣ୍ଣବଙ୍କ ମୁମ୍ବାଇ ଲୋୟର ପରେଲ ସ୍ଥିତ ଘରେ ପଶି ଜୋରଜବରଦସ୍ତ ତାଙ୍କୁ ଗିରଫ କରିଥିଲେ। କୋର୍ଟ କି ଅନ୍ୟ ଆଇନଗତ କାଗଜପତ୍ର ଦେଖାଇନଥିଲା ପୁଲିସ୍ ଟିମ୍। ଏପରିକି ତାଙ୍କ ଘରେ ତାଙ୍କୁ ଜବରଦସ୍ତି ଟଣା ଓଟରା କରିଥିଲା ପୁଲିସ। ପରେ ଜୋରଜବରଦସ୍ତ ଭ୍ୟାନରେ ନିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe