Advertisment

ପ୍ରାୟ ୨୫ ସାଂସଦ କରୋନା ପଜିଟିଭ୍‌!

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) : ପ୍ରାୟ ୨୫ ଜଣ ସାଂସଦ ଓ ୫୦ ଜଣ ସଂସଦୀୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ବାଧ୍ୟତାମୂଳକ କରୋନା ପରୀକ୍ଷାରୁ ଏ କଥା ଜଣାପଡ଼ିଛି। ଆଜିର ପରୀକ୍ଷାରେ ଯେଉଁ ସାଂସଦ ଓ ସଂସଦୀୟ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ସେମାନଙ୍କୁ ଏକାନ୍ତବାସରେ ରହିବା ପାଇଁ ଏବଂ ସଂସଦକୁ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଏହି ଅଧିବେଶନ ଦୁଇ ଓଳା […]

author-image
Debendra Prusty
ରାଜନୀତିର ଋତୁ ବସନ୍ତ ନୁହେଁ, ହନ୍ତସନ୍ତ

parlyament

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) : ପ୍ରାୟ ୨୫ ଜଣ ସାଂସଦ ଓ ୫୦ ଜଣ ସଂସଦୀୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ବାଧ୍ୟତାମୂଳକ କରୋନା ପରୀକ୍ଷାରୁ ଏ କଥା ଜଣାପଡ଼ିଛି।

Advertisment

ଆଜିର ପରୀକ୍ଷାରେ ଯେଉଁ ସାଂସଦ ଓ ସଂସଦୀୟ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ସେମାନଙ୍କୁ ଏକାନ୍ତବାସରେ ରହିବା ପାଇଁ ଏବଂ ସଂସଦକୁ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ଏହି ଅଧିବେଶନ ଦୁଇ ଓଳା ବସୁଛି। ରାଜ୍ୟସଭା ଅଧିବେଶନ ସକାଳେ ଏବଂ ଲୋକସଭା ଅଧିବେଶନ ଉପରବେଳା ବସୁଛି।

Advertisment

ପରୀକ୍ଷା ରିପୋର୍ଟ ଅନୁସାରେ ବିଜେପିର ସର୍ବାଧିକ ୧୨ ଜଣ ଲୋକସଭା ସଦସ୍ୟ କରୋନାକ୍ରାନ୍ତ ହୋଇଥିବାବେଳେ ୱାଇଏସଆର କଂଗ୍ରେସର ୨ ଜଣ, ଶିବସେନା, ଡିଏମେକ ଓ ଆରଏଲପିର ଜଣେ ଲେଖାଏଁ ଲୋକସଭା ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡ଼ିଛି।

ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ସଂସଦ ଭବନରେ ମୋଟ ୫୬ ଜଣଙ୍କର ଆରଟି-ପିସିଆର ପରୀକ୍ଷା ହୋଇଥିଲା। ପୂର୍ବରୁ ପ୍ରାୟ ୨୫ ଜଣ ମନ୍ତ୍ରୀ ଓ ସାଂସଦଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଥିବା ଜଣାପଡ଼ିଥିଲା। ସଂସଦର ମୋଟ ୭୮୫ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କ ବୟସ ୬୫ ବର୍ଷ ଉପରେ।