Advertisment

ମୁଖ୍ୟମନ୍ତ୍ରୀ ନୁହେଁ, ସେବାଦର ଭାବେ ଚାଷୀ ଆନ୍ଦୋଳନରେ ଯୋଗଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ୧୨ ଦିନ ହେଲେ ଦିଲ୍ଲୀ-ହରିଆଣା ସୀମାରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କୁ  ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନେ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ସମର୍ଥନ କରିଛନ୍ତି। ଏଥିସହ ସେ ଜଣେ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଜଣେ ସେବାଦର ଭାବେ ଚାଷୀଙ୍କ ସହ ସାମିଲ ହେବାକୁ ଆସିଥିବା କେଜ୍ରିୱାଲ କହିଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଯିବା […]

ମୁଖ୍ୟମନ୍ତ୍ରୀ ନୁହେଁ, ସେବାଦର ଭାବେ ଚାଷୀ ଆନ୍ଦୋଳନରେ ଯୋଗଦେଲେ କେଜ୍ରିୱାଲ

hh

Advertisment

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ୧୨ ଦିନ ହେଲେ ଦିଲ୍ଲୀ-ହରିଆଣା ସୀମାରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କୁ  ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନେ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ସମର୍ଥନ କରିଛନ୍ତି। ଏଥିସହ ସେ ଜଣେ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଜଣେ ସେବାଦର ଭାବେ ଚାଷୀଙ୍କ ସହ ସାମିଲ ହେବାକୁ ଆସିଥିବା କେଜ୍ରିୱାଲ କହିଛନ୍ତି।

Advertisment

ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଯିବା ପ୍ରଥମ ଘଟଣା। କେଜ୍ରିୱାଲ ଚାଷୀଙ୍କ ପାଖରେ ପହଞ୍ଚି ଦିଲ୍ଲୀ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥାଗୁଡ଼ିକର ଯାଞ୍ଚ କରିଛନ୍ତି। ସେ ଆନ୍ଦୋଳନ ସ୍ଥଳରୁ କହିଛନ୍ତି ଯେ “ଆମେ ଚାଷୀଙ୍କ ସବୁ ଦାବିକୁ ସମର୍ଥନ କରୁଛୁ। ସେମାନଙ୍କ ସମସ୍ୟା ଓ ଦାବି ଯର୍ଥାଥ। ମୋ ଦଳ ଓ ମୁଁ ଆରମ୍ଭରୁ ଚାଷୀମାନଙ୍କ ସହ ରହି ଆସିଛୁ।

ଚାଷୀମାନେ ଆନ୍ଦୋଳନ କରିବା ବେଳେ ଦିଲ୍ଲୀ ପୁଲିସ୍‌ ସହରରେ ଥିବା ୯ଟି ଷ୍ଟାଡିୟମକୁ ଜେଲ୍‌ରେ ପରିଣତ କରିବାକୁ ଅନୁମତି ମାଗିଥିଲା। ଏଥିପାଇଁ ଆମ ସରକାର ଉପରେ ଚାପ ସୃଷ୍ଟି କରାଯାଇଥିଲା। ହେଲେ ମୁଁ ଏଥିପାଇଁ ଅନୁମତି ଦେଇ ନଥିଲି।

Advertisment

ସେବେଠାରୁ ଆମ ଦଳ, ବିଧାୟକ ଓ ନେତାମାନେ ଚାଷୀଙ୍କ ସେବାଦର ଭାବେ କାର୍ଯ୍ୟ କରୁଛନ୍ତି। ମୁଁ ଆଜି ଜଣେ ମୁଖ୍ୟମନ୍ତ୍ରୀ ଭାବେ ଏଠାକୁ ଆସିନାହିଁ, ବରଂ ଚାଷୀଙ୍କ ସେବାଦର ଭାବେ ଆନ୍ଦୋଳନ ସ୍ଥଳକୁ ଆସିଛି।

ଆଜି ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି। ଆମକୁ ସେମାନଙ୍କ ସହ ଛିଡ଼ା ହେବା ଦରକାର। ଆପ ୮ ତାରିଖ ଭାରତ ବନ୍ଦକୁ ସମର୍ଥନ କରୁଛି। ଆପର ସବୁ କର୍ମୀ ଓ ନେତା ଦେଶର ସବୁ ପ୍ରାନ୍ତରେ ଏହାକୁ ସମର୍ଥନ କରି ସଫଳ କରାଇବେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe