Advertisment

ୟୁ ଟର୍ଣ୍ଣ ମାରିଲା କରୋନା; ପୁଣି ଥରେ ଏହି ଦେଶ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌

ଲଣ୍ଡନ: ବିଭିନ୍ନ ଦେଶରେ ତଳମୁହାଁ ହୋଇଥିବା କରୋନା ଗ୍ରାଫ୍‌ ପୁଣି ଥରେ ୟୁ ଟର୍ଣ୍ଣ ମାରୁଥିବା ବେଳେ ଇଂଲଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏହି ଦେଶରେ ବି କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ଧାରଣ କରିବାକୁ ଯାଉଥିବା ବେଳେ ଏହାକୁ କାବୁ କରିବାକୁ ଆଜିଠୁ ଆରମ୍ଭ ହେଉଛି ଲକ୍‌ଡାଉନ୍‌-୨। ନଭେମ୍ବରରେ ପୁଣି ଥରେ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଆରମ୍ଭ ହେବାକୁ ଯାଉଥିବା ନେଇ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏନେଇ […]

ଅଦ୍ୟତନ ହୋଇଛି
ୟୁ ଟର୍ଣ୍ଣ ମାରିଲା କରୋନା; ପୁଣି ଥରେ ଏହି ଦେଶ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌

london

Advertisment

ଲଣ୍ଡନ: ବିଭିନ୍ନ ଦେଶରେ ତଳମୁହାଁ ହୋଇଥିବା କରୋନା ଗ୍ରାଫ୍‌ ପୁଣି ଥରେ ୟୁ ଟର୍ଣ୍ଣ ମାରୁଥିବା ବେଳେ ଇଂଲଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏହି ଦେଶରେ ବି କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ଧାରଣ କରିବାକୁ ଯାଉଥିବା ବେଳେ ଏହାକୁ କାବୁ କରିବାକୁ ଆଜିଠୁ ଆରମ୍ଭ ହେଉଛି ଲକ୍‌ଡାଉନ୍‌-୨।

Advertisment

ନଭେମ୍ବରରେ ପୁଣି ଥରେ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଆରମ୍ଭ ହେବାକୁ ଯାଉଥିବା ନେଇ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏନେଇ ଗତ ୧ ତାରିଖରେ ଘୋଷଣା କରିଥିଲେ। ଆଜିଠୁ ଆରମ୍ଭ ହେଉଥିବା ଏହି ଲକ୍‌ଡାଉନ୍‌ କଟକଣା ଡିସେମ୍ବର  ୨ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସମୟରେ ସ୍କୁଲ, ବିଶ୍ୱବିଦ୍ୟାଳୟ ଖୋଲା ରହିବା ନିମନ୍ତେ ଅନୁମତି ଦିଆଯିବ। କିନ୍ତୁ ଏହି ସମୟରେ ମଧ୍ୟରେ ଇଂଲଣ୍ଡରେ ଜରୁରୀ ନ ଥିବା ଦୋକନ, ରେସ୍ତୋରାଁ, ପବ ଓ ହୋଟେଲ ବନ୍ଦ ରହିବ। ଏହାବ୍ୟତୀତ ଏହି ସମୟରେ ବିଭିନ୍ନ ସ୍ଥାନକୁ ଯାତାୟତ ଉପରେ ମଧ୍ୟ କଟକଣା ଲାଗିଛି।ଏହା ପୂର୍ବରୁ ମାର୍ଚ୍ଚ ମାସରେ ଲଣ୍ଡନରେ ପ୍ରଥମ ଥର ପାଇଁ ଲକ୍‌ଡାଉନ୍‌ର ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଜନସନ ନିଜ ଟ୍ୱିଟ୍‌ରେ ଦେଶବାସୀଙ୍କୁ ଲକ୍‌ଡାଉନ୍‌ କଟକଣା ମାନିବାକୁ ଅପିଲ କରିଛନ୍ତି। ଏହାପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି।

Advertisment

ବ୍ରିଟେନରେ ଏପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮ ହଜାରରୁ ଅଧିକ ପ୍ରାଣ ହରାଇ ସାରିଲେଣି।

ପଢ଼ନ୍ତୁ : ସୋନୁଙ୍କୁ ଫ୍ୟାନଙ୍କ ନିବେଦନ: ‘ଶାହାରୁଖଙ୍କ ଭଳି ମୋ ଜନ୍ମଦିନ ପାଳନ କର’

Lockdown Corona Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe