Advertisment

ନାବାଳିକା ଦୁଷ୍କର୍ମ ମାମଲା: ଆଶାରାମ ବାପୁ ଦୋଷୀ

ଜୟପୁର: ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଏଥିସହ ଅଶାରାମଙ୍କ ଅନ୍ୟ ୩ ଜଣ ସହଯୋଗୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜି ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟ  ଏହି ରାୟ ଶୁଣାଇଛନ୍ତି।  ଆଶାରାମଙ୍କୁ ଆଜି କୋର୍ଟକୁ ନେବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୨୦୧୩ରେ ରାଜସ୍ଥାନ ଯୋଧପୁରରେ ମଣାଇ ଗ୍ରାମରେ ଥିବା ବାବାଙ୍କ  ଆଶ୍ରମରେ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇ ଥିଲା। […]

author-image
Rakesh Mallick
ଅଦ୍ୟତନ ହୋଇଛି
ନାବାଳିକା ଦୁଷ୍କର୍ମ ମାମଲା: ଆଶାରାମ ବାପୁ ଦୋଷୀ

asarambapu

ଜୟପୁର: ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଏଥିସହ ଅଶାରାମଙ୍କ ଅନ୍ୟ ୩ ଜଣ ସହଯୋଗୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜି ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟ  ଏହି ରାୟ ଶୁଣାଇଛନ୍ତି।  ଆଶାରାମଙ୍କୁ ଆଜି କୋର୍ଟକୁ ନେବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୨୦୧୩ରେ ରାଜସ୍ଥାନ ଯୋଧପୁରରେ ମଣାଇ ଗ୍ରାମରେ ଥିବା ବାବାଙ୍କ  ଆଶ୍ରମରେ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇ ଥିଲା। ଏ ସମ୍ପର୍କରେ ଆଜି ଚୂଡ଼ାନ୍ତ ରାୟ ଆସିଛି।  ତେବେ ଏନେଇ ଆଜି ରାଜସ୍ଥାନ, ଗୁଜରାଟ ଓ ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି।

Advertisment

ସେହିପରି ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟରେ ୧୪୪ ଧାରା ଜାରି କରାଯାଇଛି। ଅଶାରାମଙ୍କ ବିରୋଧରେ ପସ୍କୋ ଆକ୍ଟ,ଏସିଏସଟି ନିର୍ଯାତନା ନିରୋଧୀ ଆକ୍ଟ ଏବଂ ଶିଶୁ ଅପରାଧ ଆଇନ ସମ୍ପର୍କିତ ଆଇପିସିର ବିଭିନ୍ନ ଧାରା ମୁତାବକ ଦଫା ରହିଥିଲା। ଏହି ମାମଲା ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ ପରିସରରେ ରାୟ ଶୁଣାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ  ଆଶାରାମ ଗିରଫ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଥିଲେ । ୭୭ ବର୍ଷୀୟ ଆଶାରାମ ୨୦୧୩ରେ  ଉତ୍ତରପ୍ରଦେଶର ସାହାଜାହାନପୁରର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯାଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ୨୦୧୩ ସେପ୍ଟେମ୍ବର୧ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇଥିଲା।