Advertisment

ବିଚଳିତ ଗେହଲଟ୍ ସରକାର, ରାତିରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ପାଣିପାଗ ଠିକ୍ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଚିନ୍ତା ବଢ଼ିଯାଇଛି। ଆଜି ସକାଳ 10ଟା ସମୟରୁ ଗେହଲଟ୍ ନିଜ ବାସଭବନରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସାକ୍ଷାତ୍ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଜୟପୁର ପହଞ୍ଚିବାକୁ କୁହାଯାଇଛି। ଏଣୁ ଯେଣ ତେଣ ପ୍ରକାରେଣ ସମସ୍ତେ ମୁଖମନ୍ତୀ ଗେହଲଟଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚୁଛନ୍ତି। ଗେହଲଟ୍ କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇ ଆଜି ସନ୍ଧ୍ୟା ସୁଦ୍ଧା […]

ଅଦ୍ୟତନ ହୋଇଛି
ବିଚଳିତ ଗେହଲଟ୍ ସରକାର, ରାତିରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

gelhot

Advertisment

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ପାଣିପାଗ ଠିକ୍ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଚିନ୍ତା ବଢ଼ିଯାଇଛି। ଆଜି ସକାଳ 10ଟା ସମୟରୁ ଗେହଲଟ୍ ନିଜ ବାସଭବନରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସାକ୍ଷାତ୍ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଜୟପୁର ପହଞ୍ଚିବାକୁ କୁହାଯାଇଛି। ଏଣୁ ଯେଣ ତେଣ ପ୍ରକାରେଣ ସମସ୍ତେ ମୁଖମନ୍ତୀ ଗେହଲଟଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚୁଛନ୍ତି।

Advertisment

ଗେହଲଟ୍ କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇ ଆଜି ସନ୍ଧ୍ୟା ସୁଦ୍ଧା ଜୟପୁର ପହଞ୍ଚିବାକୁ କହିଛନ୍ତି। ସମସ୍ତେ ପହଞ୍ଚିବା ପରେ ରାତି 9ଟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖାଯଇଛି।

ପରିବହନ ମନ୍ତ୍ରୀ ପ୍ରତାପ ସିଂହ ଖାଚାରିୟାଓ୍ୱାସ୍ କହିଛନ୍ତି, କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ, କୌଣସି ବିଧାୟକ ବା ମନ୍ତ୍ରୀଙ୍କର ଫୋନ ଯଦି ବନ୍ଦ ଆସୁଛି କିମ୍ୱା ସେ ମିଳିପାରୁ ନାହାନ୍ତି, ତେବେ ବ୍ୟସ୍ତ ବା ଭୟଭୀତ ହୁଅ ନାହିଁ। ବରଂ ନିଜେ ଯାଇ ଯୋଗାଯୋଗ କରିବାକୁ ଚେଷ୍ଟା କର। କାରଣ ସରକାରକୁ ବଞ୍ଚାଇବା ଦାୟିତ୍ୱ ସମସ୍ତଙ୍କର।

Advertisment

ସେ ପୁଣି କହିଛନ୍ତି, ମୁଖ୍ୟମନ୍ତୀ ଗେହଲଟ ଦିଲ୍ଲୀ ଯାଇଥିବା ବିଧାୟକମାନଙ୍କ ଯୋଗାଯୋଗରେ ଅଛନ୍ତି। ପାଇଲଟ ଆମ ପ୍ରଦେଶର ଅଧ୍ୟକ୍ଷ। ଯଦି କୌଣସି ବିଧାୟକ ତାଙ୍କ ସହ ଦିଲ୍ଲୀ ଯାଇଛନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ, ସେ ଗେହଲଟଙ୍କ ବିରୁଦ୍ଧରେ ଯାଇଛନ୍ତି। ଯଦିଓ ବିଜେପି ସରକାର ଭାଙ୍ଗିବାକୁ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇଛି କିନ୍ତୁ ମୁଖ୍ୟମନ୍ତ୍ରୀ ସମସ୍ତ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ମନ୍ତ୍ରୀ ଖାଚରିୟାଓ୍ୱାସ୍ କହିଛନ୍ତି।

Congress Ashok Gehlot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe