Advertisment

ଥାନା ଭିତରେ ନିଜକୁ ଗୁଳି କଲେ ଏଏସଆଇ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ସମୟରେ ଦିଲ୍ଲୀରେ ଜଣେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର (ଏଏସଆଇ) ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଦିଲ୍ଲୀସ୍ଥିତ କ୍ରିଷ୍ଣାନଗର ପୁଲିସ୍ ଷ୍ଟେସନରେ ଘଟିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଜଣକ ନାଁ ହେଉଛି ହରେନ୍ଦ୍ର। ସେ ଏଏସଆଇ ଥିଲେ ଏବଂ ତାଙ୍କର ପୋଷ୍ଟିଂ କ୍ରିଷ୍ଣା ନଗର ପୁଲିସ୍ ଷ୍ଟେସନରେ ଥିଲା। ତାଙ୍କର ଡ୍ୟୁଟି ପିସିଆରରେ ଥିଲା, କିନ୍ତୁ ସେ ସେହି ସମୟରେ ପୁଲିସ୍ ଷ୍ଟେସନ୍ ଯାଇ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ଜିଲ୍ଲା […]

ଅଦ୍ୟତନ ହୋଇଛି
ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ରାଜଧାନୀରେ ଲକଡାଉନ୍ ହେବନି କିନ୍ତୁ...

delhi

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ସମୟରେ ଦିଲ୍ଲୀରେ ଜଣେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର (ଏଏସଆଇ) ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଦିଲ୍ଲୀସ୍ଥିତ କ୍ରିଷ୍ଣାନଗର ପୁଲିସ୍ ଷ୍ଟେସନରେ ଘଟିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଜଣକ ନାଁ ହେଉଛି ହରେନ୍ଦ୍ର। ସେ ଏଏସଆଇ ଥିଲେ ଏବଂ ତାଙ୍କର ପୋଷ୍ଟିଂ କ୍ରିଷ୍ଣା ନଗର ପୁଲିସ୍ ଷ୍ଟେସନରେ ଥିଲା।

Advertisment

ତାଙ୍କର ଡ୍ୟୁଟି ପିସିଆରରେ ଥିଲା, କିନ୍ତୁ ସେ ସେହି ସମୟରେ ପୁଲିସ୍ ଷ୍ଟେସନ୍ ଯାଇ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ଜିଲ୍ଲା କଣ୍ଟ୍ରୋଲ୍ ରୁମରୁ ଫୋନ୍ ଯୋଗେ ଏଏସଆଇଙ୍କ ଆତ୍ମହତ୍ୟା ଖବର ମିଳିଥିଲା। ୫୬ ବର୍ଷୀୟ ଏଏସଆଇଙ୍କ ଅଫିସ୍ କ୍ରିଷ୍ଣା ନଗରର ତୃତୀୟ ମହଲାରେ ଥିଲା।

ସେ ସକାଳ ୭ଟା ବେଳେ ଯୋଗ କୋର୍ସ ପାଇଁ ଆସିଥିଲେ, ଯେଉଁ ସମୟରେ ସେ ଡିଓ ବା ପିସିଆରଙ୍କୁ ତାଙ୍କ ପିସ୍ତଲ ସଫା କରିବା ପାଇଁ ମାଗିଥିଲେ। କିନ୍ତୁ ସଫା କରିବା ନାଁରେ ହରେନ୍ଦ୍ର ପିସ୍ତଲକୁ ନେଇ ବାରାକକୁ ଯାଇଥିଲେ ଏବଂ ନିଜ ଛାତିକୁ ଗୁଳି ମାରିଥିଲେ। ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହେଗଡେୱାର ହସ୍ପିଟାଲ୍ ନିଆଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment
Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe