Advertisment

ତେଲଦର କଥା ପଚାରି ମାଡ଼ ଖାଇଲେ ଅଟୋ ଡ୍ରାଇଭର୍‌, ଦେଖନ୍ତୁ ଭିଡିଓ

ଚେନ୍ନାଇ: ଦେଶରେ ତୈଳଦର ହୁହୁ ହୋଇ ବଢ଼ୁଥିବାରୁ ଏହାକୁ ନେଇ ସାଧାରଣ ଜନତା ଓ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ ହୋଇଛି। ତେବେ ଚେନ୍ନାଇରେ ଜଣେ ବୟସ୍କ ଅଟୋ ଡ୍ରାଇଭର୍‌ ବର୍ଦ୍ଧିତ ତେଲଦର କଥା ତାମିଲନାଡୁ ବିଜେପି ମୁଖ୍ୟ ତମିଲିସାଇ ସୌଦ୍ଧର୍ଯ୍ୟନଙ୍କୁ ପଚାରିବାରୁ ତାଙ୍କୁ ମାଡ଼ ଓ ଧକ୍କା ଖାଇବାକୁ ପଡ଼ିଛି। ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଥିବା ବେଳେ ଏକେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତାମିଲନାଡୁ ବିଜେପି […]

ଅଦ୍ୟତନ ହୋଇଛି
ତେଲଦର କଥା ପଚାରି ମାଡ଼ ଖାଇଲେ ଅଟୋ ଡ୍ରାଇଭର୍‌, ଦେଖନ୍ତୁ ଭିଡିଓ

as12

Advertisment

ଚେନ୍ନାଇ: ଦେଶରେ ତୈଳଦର ହୁହୁ ହୋଇ ବଢ଼ୁଥିବାରୁ ଏହାକୁ ନେଇ ସାଧାରଣ ଜନତା ଓ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ ହୋଇଛି। ତେବେ ଚେନ୍ନାଇରେ ଜଣେ ବୟସ୍କ ଅଟୋ ଡ୍ରାଇଭର୍‌ ବର୍ଦ୍ଧିତ ତେଲଦର କଥା ତାମିଲନାଡୁ ବିଜେପି ମୁଖ୍ୟ ତମିଲିସାଇ ସୌଦ୍ଧର୍ଯ୍ୟନଙ୍କୁ ପଚାରିବାରୁ ତାଙ୍କୁ ମାଡ଼ ଓ ଧକ୍କା ଖାଇବାକୁ ପଡ଼ିଛି।

Advertisment

ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଥିବା ବେଳେ ଏକେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ତାମିଲନାଡୁ ବିଜେପି ମୁଖ୍ୟ ଶ୍ରୀମତୀ ସୌଦ୍ଧର୍ଯ୍ୟନ ଚେନ୍ନାଇରେ ସାମ୍ବାଦିକମାନଙ୍କୁ କିଛି ବାଇଟ୍‌ ଦେଉଥିଲେ। ଏହି ସମୟରେ ମାଟିଆ ପୋଷାକ ପିନ୍ଧିଥିବା ଜଣେ ବୟସ୍କ ଅଟୋ ଡ୍ରାଇଭର୍‌ ଖତ୍ରୀ ସେଠାରେ ପହଞ୍ଚି ଅନ୍ୟ ବିଜେପି କର୍ମୀଙ୍କ ଭଳି ଶ୍ରୀମତୀ ସୌଦ୍ଧର୍ଯ୍ୟନଙ୍କ ପଛରେ ଛିଡ଼ା ହୋଇଥିଲେ। ଶ୍ରୀମତୀ ସୌଦ୍ଧର୍ଯ୍ୟନ ସାମ୍ବାଦିକମାନଙ୍କୁ କିଛି କହିବା ବେଳେ ଖତ୍ରୀ ହଠାତ କହିଥିଲେ, “ଗୋଟିଏ ମିନିଟ୍‌ ଆମ୍ମା, ବର୍ତ୍ତମାନ ବର୍ଦ୍ଧିତ ତୈଳଦର ଉପରେ ସମସ୍ତଙ୍କ ନଜର ରହିଛି। ତୈଳଦର ବଢ଼ୁଥିବାରୁ ଲୋକଙ୍କ କଷ୍ଟ ବଢ଼ିବାରେ ଲାଗିଛି।”

Advertisment

ଏତିକି ବେଳେ ଖତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବା ଜଣେ ବିଜେପି ନେତା ତାଙ୍କୁ କହୁଣୀରେ ଆକ୍ରମଣ କରିଥିବା ବେଳେ ଅନ୍ୟ ଜଣେ ତାଙ୍କ ଚୁଟିକୁ ଭିଡ଼ି ପଛକୁ ନେଇଯାଇଥିଲେ। ଏହାପରେ ତାଙ୍କୁ ମାଡ଼ ମରାଯାଇଥିଲା। ଏହି ଭିଡିଓଟି ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ: ସୌଜନ୍ୟ :ଏନ୍‌ଡିଟିଭି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe