'ବାବା କା ଢାବା'କୁ ନେଇ ବଡ଼ ସ୍କାମ୍, ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ସୋଶାଲ ମିଡିଆ ଫେମ୍ ‘ବାବା କା ଢାବା’ ବିଷୟରେ କିଏ ବା ନ ଜାଣେ! ଦକ୍ଷିଣ ଦିଲ୍ଲୀର ମାଳବୀୟ ନଗରସ୍ଥିତ ଏହି ଲୋକପ୍ରିୟ ଭୋଜନାଳୟ ରାତାରାତି ସୋଶାଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିଲା। ହେଲେ ଏବେ ଏହି ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଆଣିଛନ୍ତି ଏଭଳି ଏକ ଅଭିଯୋଗ, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କାହାକୁ ଆର୍ଥିକ ସହାୟତା କରିବା ପୂର୍ବରୁ ଥରେ ନିଶ୍ଚିତ ଚିନ୍ତା କରିବେ। […]

BABA-KA-DHABA

BABA-KA-DHABA

Pragnya Choudhury
  • Published: Monday, 02 November 2020
  • Updated: 02 November 2020, 01:04 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆ ଫେମ୍ 'ବାବା କା ଢାବା' ବିଷୟରେ କିଏ ବା ନ ଜାଣେ! ଦକ୍ଷିଣ ଦିଲ୍ଲୀର ମାଳବୀୟ ନଗରସ୍ଥିତ ଏହି ଲୋକପ୍ରିୟ ଭୋଜନାଳୟ ରାତାରାତି ସୋଶାଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିଲା। ହେଲେ ଏବେ ଏହି 'ବାବା କା ଢାବା'ର ମାଲିକ କାନ୍ତା ପ୍ରସାଦ ଆଣିଛନ୍ତି ଏଭଳି ଏକ ଅଭିଯୋଗ, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କାହାକୁ ଆର୍ଥିକ ସହାୟତା କରିବା ପୂର୍ବରୁ ଥରେ ନିଶ୍ଚିତ ଚିନ୍ତା କରିବେ।

ଅଭାବ ଅନାଟନ ଦେଇ ଗତି କରୁଥିବା ଏହି 'ବାବା କା ଢାବା' ଭୋଜନାଳୟକୁ ନେଇ ଇନଷ୍ଟାଗ୍ରାମର ଚର୍ଚ୍ଚିତ ଇନଫ୍ଲୁଏନ୍ସର ତଥା ୟୁଟ୍ୟୁବର୍ ଗୌରବ ଓ୍ୱାସନ ଏକ ଭିଡିଓ କରିଥିଲେ। ଭିଡିଓଟି ରାତାରାତି ସୋଶାଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଆଉ 'ବାବା କା ଢାବା'ର ମାଲିକ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀଙ୍କ ଲୋକପ୍ରିୟତା ବଢ଼ିବା ସହ ଦୁଃଖ ଦୂର ହୋଇଥିଲା। ଚାରିଆଡ଼ୁ ଲୋକେ ସହାୟତାର ହାତ ବଢ଼ାଇଥିଲେ। ହେଲେ ଏବେ ଗୌରବ ଡୋନେସନ ଟଙ୍କାକୁ ନେଇ ହେରଫେର୍ କରିଥିବା ଅଭିଯୋଗ ଆଣିଛନ୍ତି କାନ୍ତା ପ୍ରସାଦ। ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଗୌରବଙ୍କ ଭିଡିଓରେ ବୟସ୍କ କାନ୍ତା ଓ ତାଙ୍କ ଧର୍ମ ପତ୍ନୀଙ୍କ ଜୀବନଜୀବିକା ପାଇଁ କରୁଥିବା ସଂଘର୍ଷ ଦେଖିବାକୁ ମିଳିଥିଲା। ଜୀବନର ସାୟଂକାଳରେ ମଧ୍ୟ ପତି-ପତ୍ନୀ କିଭଳି ପେଟ ପାଇଁ କଷ୍ଟ ପଡ଼ୁଛନ୍ତି, ତଥାପି ତାଙ୍କ ଦୋକାନରେ ଜଣେ ବି ଗ୍ରାହକ ଆସୁ ନ ଥିବା ଭିଡିଓରେ ଲୋକମାନେ ଦେଖିଥିଲେ। ଏହା ପରେ ସମସ୍ତେ ଗୌରବଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ କାନ୍ତାଙ୍କ ପାଇଁ ସହାୟତାର ହାତ ବଢ଼ାଇଥିଲେ।

ଏନେଇ କାନ୍ତା ଅଭିଯୋଗ କରିଛନ୍ତି ଯେ, ଗୌରବ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। ସେ ଜାଣିଶୁଣି ଡୋନେସନ ପାଇବାକୁ କେବଳ ତାଙ୍କର ଓ ତାଙ୍କ ପରିବାର ଲୋକମାନଙ୍କ ମୋବାଇଲ ନମ୍ୱର ଏବଂ ବ୍ୟାଙ୍କ୍ ତଥ୍ୟ ବିତରଣ କରିଛନ୍ତି ହେଲେ ତାଙ୍କର କୌଣସି ତଥ୍ୟ କାହାକୁ ଦେଇନାହାନ୍ତି। ଏଭଳି ଭାବରେ ଗୌରବ ବିଭିନ୍ନ ଦିଗରୁ ଆସୁଥିବା ଦାନରୁ ଏକ ମୋଟା ଅଙ୍କର ଅର୍ଥ ସଂଗ୍ରହ କରିଛନ୍ତି।

ବାବା କାନ୍ତା ପ୍ରସାଦ ପୁଣି କହିଛନ୍ତି ଯେ,  ନିଜ ପତ୍ନୀ, ଭାଇ ଓ ନିଜ ନାଁରେ ଟଙ୍କା ସଂଗ୍ରହ କରିଛନ୍ତି ଗୌରବ। ସେ ଯେଉଁ ଭିଡିଓ କରିଥିଲେ ତାହା ଭାଇରାଲ ହୋଇଯାଇଥିଲା। ପରଦିନ ତାଙ୍କ ଦୋକାନ ସାମ୍ନାରେ ଗ୍ରାହକଙ୍କ ସୁଅ ଛୁଟିଥିଲା ଓ ସମସ୍ତେ ନିଜ ନିଜ ଖୁସିରେ ଦାନ କରିଥିଲେ। ଏହି କ୍ରମରେ ବାବା କାନ୍ତାଙ୍କୁ ହାତରେ 75 ହଜାର ଟଙ୍କା ଡୋନେସନ ମିଳିଥିଲା। ହେଲେ ଗୌରବ ଟଙ୍କା ଚୋରି ହୋଇଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରି ତାଙ୍କୁ ବ୍ୟାଙ୍କକୁ ନେଇଯାଇଥିଲେ। କୌଣସି ଫର୍ମରେ ଦସ୍ତଖତ କରାଇ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ହୋଇଗଲା ବୋଲି କହିଥିଲେ। କିନ୍ତୁ ରସିଦ୍ ଦେଇ ନଥିଲେ।

ଏହାପରେ କେବେ ଫଟୋ ଉଠାଇବାକୁ, କେବେ କେକ୍ କାଟିବାକୁ ମଝିରେ ମଝିରେ ଗୌରବ ବାବା କା ଢାବାକୁ ଆସୁଥିଲେ। ଦିନେ ଗୌରବ 2 ଲକ୍ଷ ଟଙ୍କାର ଚେକ୍ ଆଣି ବାବା କାନ୍ତାଙ୍କ ଦସ୍ତଖତ ନେଇ ଫଟୋ ଉଠାଇ ଚାଲିଗଲେ ଆଉ କହିଲେ ଆଜିଠାରୁ ସବୁ ଲେଣଦେଣ ଶେଷ। କିନ୍ତୁ ଦସ୍ତଖତ ହୋଇଥିବା ଚେକ୍ ପୁଣି ସେ ନିଜ ସାଙ୍ଗରେ ନେଇଯାଇଥିଲେ କାନ୍ତା ପ୍ରସାଦ କହିଛନ୍ତି।

ପରେ କୌଣସି ସୂତ୍ରରୁ ପ୍ରାୟ 20 ଲକ୍ଷ ଟଙ୍କାରୁ ଅଧିକ ଡୋନେସନ ରାଶି ଗୌରବ ବାବା କା ଢାବା ନାଁରେ ସଂଗ୍ରହ କରିଥିଲା କାନ୍ତା ପ୍ରସାଦ ଜାଣିବାକୁ ପାଇଲେ। ଏହାପରେ ସେ ଦାନକର୍ତ୍ତାମାନଙ୍କୁ ଦାନ ଦେଇଥିବା ନିଜର ବହୁମୂଲ୍ୟ ଅର୍ଥକୁ ଗୌରବଙ୍କଠାରୁ ଫେରାଇ ନେବାକୁ ଅନୁରୋଧ କରିଛନ୍ତି ଏବଂ ଗୌରବଙ୍କ ନାଁରେ ଥାନାରେ ଅଭିଯୋଗ କରି ଏକ ମାମଲା ରୁଜୁ କରାଇଛନ୍ତି।

ଅନ୍ୟପଟେ ଗୌରବ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ କହିଛନ୍ତି ଯେ, ସେ କୌଣସି ପ୍ରକାର ବେଇମାନି କରିନାହାନ୍ତି। ଆଉ ଖୁବଶୀଘ୍ର ଏହାର ପ୍ରମାଣିତ କରିବାକୁ ସେ ଏକ ଭିଡିଓ ପ୍ରସ୍ତୁତ କରି ବ୍ୟାଙ୍କର ଭେରିଫାଇଡ୍ ଷ୍ଟେଟମେଣ୍ଟ ଅପଲୋଡ୍ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story