/odisha-reporter/media/post_attachments/uploads/2020/10/baba-ramdev.jpg)
baba ramdev
ମଥୁରା: ହାତୀ ପିଠି ଉପରେ ବସି ଯୋଗ ଗୁରୁ ବାବା ରାମ ଦେବ ପ୍ରାଣାଣ୍ୟଣ କରୁଥିଲେ। ଏହି ସମୟରେ ସେ ତଳକୁ ଖସି ପଡ଼ିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଗତ ସୋମବାର ଏହି ଘଟଣା ଘଟିଥିବା କୁହାଯାଉଛି। ବାବା ରାମଦେବ ମଥୁରାର ଗୁରୁ ଶରଣଙ୍କ ଆଶ୍ରମ ରାମନାରତୀରେ ସାଧୁମାନଙ୍କୁ ଯୋଗ ଅଭ୍ୟାସ ଶିଖାଉଥିଲେ। ୨୨ ସେକେଣ୍ଡର ଭିଡିଓ ମଙ୍ଗଳବାର ଭାଇରାଲ ହୋଇଛି। ହାତୀର ଉଚ୍ଚତା ପାଖାପାଖି ୧୦ ଫୁଟ୍ ବୋଲି ଜଣାପଡ଼ିଛି।
Advertisment
ଭାଇରାଲ ଭିଡିଓରେ ରାମଦେବ ଯୋଗ ପ୍ରଦର୍ଶନ କରୁଥିବାବେଳେ ବାବା ରାମଦେବ ହାତୀ ଉପରେ ବସିଥିଲେ। ଭିଡିଓରେ କିଛି ସେକେଣ୍ଡ, ରାମଦେବଙ୍କ ପାଟି ଶୁଣିବାକୁ ମିଳିଥିଲା ପରେ ସେ ହଠାତ୍ ତଳେ ପଡି ଯାଇଥିବାର ଦେଖିବାକୁ ମିଳିଥିଲା। ଆଉ ତଳୁ ଉଠି ସେ ସଙ୍ଗେ ସଙ୍ଗେ ହସି ଦେଇଥିଲେ।
ବାବା ରାମଦେବ ଯୋଗ ପାଇଁ ଦେଶର ଘରେ ଘରେ ପରିଚିତ। ୨୦୦୨ ଠାରୁ ସେ ବଡ଼ ବଡ଼ ଯୋଗ ଶିବିର ଆୟୋଜନ କରିଆସୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
