କୁନି ପିଲା ଜାଣିନି ତା’ ମା’ ଆଉ ନାହିଁ, ଡାକିଲେ ଉଠୁନି

ପାଟନା: ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭୋକ ଉପାସରେ ପ୍ରାଣ ହରାଇ ଥିବା ମା’କୁ ତା’ର କଅଁଳ ଶିଶୁ କେମିତି ଉଠାଇବା ପାଇଁ ଚେଷ୍ଟା କରୁଛି, ତା’ର ଏକ ଦୁଃଖଦ ଭିଡିଓ ଏବେ ପୂରା ଦେଶ ଦେଖିଛି। ମା’ ପ୍ରାଣ ହରାଇଥିଲେ ହେଁ ତା’ର କଅଁଳ ଶିଶୁ କିନ୍ତୁ ଏକଥା ବୁଝିନାହିଁ। ମା’ କାହିଁକି ନିସ୍ତେଜ ହୋଇ ପଡ଼ିଛି ସେକଥା ଜାଣିବା ପାଇଁ ସେ ମା’ ଉପରେ […]

d

d

Hemant Lenka
  • Published: Wednesday, 27 May 2020
  • Updated: 02 June 2020, 09:10 AM IST

Sports

Latest News

ପାଟନା: ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭୋକ ଉପାସରେ ପ୍ରାଣ ହରାଇ ଥିବା ମା’କୁ ତା’ର କଅଁଳ ଶିଶୁ କେମିତି ଉଠାଇବା ପାଇଁ ଚେଷ୍ଟା କରୁଛି, ତା’ର ଏକ ଦୁଃଖଦ ଭିଡିଓ ଏବେ ପୂରା ଦେଶ ଦେଖିଛି।

ମା’ ପ୍ରାଣ ହରାଇଥିଲେ ହେଁ ତା’ର କଅଁଳ ଶିଶୁ କିନ୍ତୁ ଏକଥା ବୁଝିନାହିଁ। ମା’ କାହିଁକି ନିସ୍ତେଜ ହୋଇ ପଡ଼ିଛି ସେକଥା ଜାଣିବା ପାଇଁ ସେ ମା’ ଉପରେ ପଡ଼ିଥିବା ଚଦରକୁ ଟାଣି ଆକୁଳ ଚିତ୍କାର କରୁଛି। ଭଲ ଭାବେ କଥା କହି ଶିଖି ନଥିବା ଏହି ଶିଶୁଟି ଖନେଇ ଖନେଇ ଏ ମା’ ତୁ ଉଠିଯା, ତୁ ଉଠିଯା ବୋଲି କହିବାକୁ ଚେଷ୍ଟା କରୁଛି।

ହେଲେ ମା’ଟି ଶିଶୁର ଏକଥାକୁ ବୁଝିବା ବା ଶୁଣିବା ସ୍ଥିତିରେ ନାହିଁ। କାରଣ କରୋନା ଲକଡାଉନ ଯୋଗୁ ସେ ଖାଇବାକୁ ପାଉ ନଥିଲା। ଏବେ ପ୍ରବଳ ଖରା। ଖରା ଓ ଖାଲି ପେଟରେ ରହି ରହି ଶେଷର ମା’ ସବୁଦିନ ପାଇଁ ତା’ କଅଁଳ ଶିଶୁକୁ ଏକା କରି ଚାଲି ଯାଇଛି। ଶିଶୁଟି ମୃତ ମା’ ଉପରେ ଚଦର ଟାଣି ବିକଳରେ ଡାକୁଥିବା ଘଟଣାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ହୃଦୟ ବିଦାରକ ଘଟଣାଟି ବିହାରର ମୁଜାଫରପୁର ରେଳ ଷ୍ଟେସନରେ ଘଟିଛି। ଏବେ ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
https://twitter.com/i/status/1265381533239717888

ଭାଇରାଲ ଭିଡିଓ ଅନୁସାରେ, କଅଁଳ ଶିଶୁଟି ତା’ ମା’ ଉପରେ ପଡ଼ିଥିବା ଚଦରକୁ ଟାଣିବାରେ ଲାଗିଛି। ଶିଶୁଟି ସିନା ଚଦରଟିକୁ ଟାଣିବାକୁ ସକ୍ଷମ ହେଲା। କିନ୍ତୁ ତା’ ମା’କୁ ଉଠାଇ ପାରି ନଥିଲା। କାରଣ ସେ ଏହି ଦୁନିଆକୁ ସାତପର କରି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛି।

ପ୍ରାଣ ହରାଇଥିବା ମହିଳା ଜଣଙ୍କ ରବିବାର ଦିନ ସ୍ପେଶାଲ ଟ୍ରେନ ଯୋଗେ ଗୁଜରାଟରୁ ବିହାରର ମୁଜାଫରପୁର ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଟ୍ରେନରେ ବସିବା ଦିନ ଠାରୁ ହିଁ ମହିଳା ଜଣଙ୍କ ଖାଦ୍ୟ ଓ ପାଣି ଅଭାବରୁ ଅସୁସ୍ଥ ହୋଇ ପଡ଼ିଥିଲେ।

ସୋମବାର ଦିନ ଟ୍ରେନଟି ମୁଜାଫରପୁର ଷ୍ଟେସନରେ ପ୍ରବେଶ କରିବା କ୍ଷଣି ମହିଳା ଜଣଙ୍କ ଟ୍ରେନ ମଧ୍ୟରେ ଟିଳି ପଡ଼ିଥିଲେ। ଏହାପରେ ପ୍ଲାଟଫର୍ମରେ ମୃତଦେହଟିକୁ ରଖାଯାଇଥିଲା। ତେବେ ଏକଥା ମହିଳାଙ୍କ କଅଁଳ ଶିଶୁ ବୁଝି ପାରି ନଥିଲା। ସେ ମା’ ପାଖରେ ଖେଳିବା ସହ ତା’କୁ ଉଠାଇବାକୁ ଚେଷ୍ଟା କରିଥିଲା।

ଏପରି କି ମା’ ଉପରେ ଚଦରଟିକୁ ମଧ୍ୟ ଟାଣିଥିଲା। ହେଲେ ତା’ ମା’ କୌଣସି ପ୍ରକାରର ଉତ୍ତର ଦେଇ ନଥିଲା। ଏହି ସମୟରେ କଅଁଳ ଶିଶୁଟିକୁ ଆଉ ଜଣେ ଛୋଟ ପିଲା ସେଠାରୁ ନେଇଯାଇଥିଲା। ଏହି ଛାତିଥରା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି।

ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମହିଳା ଜଣଙ୍କ ଟ୍ରେନ ଭିତରେ ହିଁ ପ୍ରାଣ ହରାଇଥିଲେ। ଫଳରେ ତାଙ୍କ ପରିବାର ଲୋକ ମୁଜାଫରପୁରରେ ଓହ୍ଲାଇବାକୁ କହିଥିଲେ। ମହିଳା ଜଣଙ୍କ ତାଙ୍କ ଭଉଣୀ, ଭିଣୋଇ ଓ ଦୁଇ ପିଲାଙ୍କ ସହ କଟିହାର ଯାଉଥିଲେ।

ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଜାରି ହେବା ଦିନ ଠାରୁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଖରେ ଖାଇବାକୁ ନଥିବା ବେଳେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସେମାନଙ୍କ ଜୀବନ ନେବାରେ ଲାଗିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story