Advertisment

ବାଗଦାଦ୍: ୩ଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ, ୧୯ ମୃତ୍ୟୁ

ବାଗଦାଦ୍: ଇରାକର ତିନୋଟି ସ୍ଥାନରେ ଶନିବାର ରାତିରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଗଦାଦର ବ୍ୟବସାୟିକ କେନ୍ଦ୍ର ପଶ୍ଚିମ ଅମିଲରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ୨୪ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକାଧିକ ଦୋକାନ ଓ ଯାନବାହନ  ନଷ୍ଟ ହୋଇଛି । ଉତ୍ତର ବାଗଦାଦର ଏକ ବସଷ୍ଟପ୍ ନିକଟ ମହମ ଉଦୟା ମାର୍କେଟରେ କାର ବୋମା ବିସ୍ଫୋରଣ ଘଟି […]

ଅଦ୍ୟତନ ହୋଇଛି
ବାଗଦାଦ୍: ୩ଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ, ୧୯ ମୃତ୍ୟୁ

bom

Advertisment

ବାଗଦାଦ୍: ଇରାକର ତିନୋଟି ସ୍ଥାନରେ ଶନିବାର ରାତିରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଗଦାଦର ବ୍ୟବସାୟିକ କେନ୍ଦ୍ର ପଶ୍ଚିମ ଅମିଲରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ୨୪ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକାଧିକ ଦୋକାନ ଓ ଯାନବାହନ  ନଷ୍ଟ ହୋଇଛି । ଉତ୍ତର ବାଗଦାଦର ଏକ ବସଷ୍ଟପ୍ ନିକଟ ମହମ ଉଦୟା ମାର୍କେଟରେ କାର ବୋମା ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି ।

Advertisment

ବାଲଦ ରୁଜ ସହରର ସାଇଟ ରେଷ୍ଟୁରାଣ୍ଟ ନିକଟରେ ଏକ ବିସ୍ଫୋରଣ ଘଟି ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି।  ବାଲଦ ରୁଜ ସହର ୭୦ କିଲୋମିଟର ଦକ୍ଷିଣ-ପୂର୍ବ ବାଗଦାଦରେ ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ଲାଗି କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଇରାକରେ ପ୍ରତିଦିନ ଏପରି ବିସ୍ଫୋରଣ ଦେଖିବାକୁ ମିଳୁଛି । ବିଶେଷ କରି ଆଇଏସ ସଂଗଠନର ଉତ୍ଥାନ ପରେ ଏପରି ବିସ୍ଫୋରଣ ଅଧିକ ଦେଖିବାକୁ ମିଳୁଛି । ଗତବର୍ଷଠାରୁ ବର୍ତ୍ତମାନ ସୁଦ୍ଧା ଆଇଏସ ଆତଙ୍କୀ ସଙ୍ଗଠନ ଇରାକର ଏକାଧିକ ସହରକୁ ନିଜ କବଜାରେ ରଖିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe