Advertisment

ଇରାନର ଦାବି: ବାଗଦାଦି ମରିଗଲା

ତେହରାନ: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସର ମୁଖ୍ୟ ଅବୁ ବକର ଅଲ-ବାଗଦାବି ମରି ଯାଇଛି। ରେଡିଓ ଇରାନ କରିଛି ଏହି ଦାବି। ରେଡିଓ ଇରାନ ପକ୍ଷରୁ କରାଯାଇଥିବା ଏହି ଦାବିକୁ ଭାରତର ଆକାଶବାଣୀ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଅନ୍ୟପକ୍ଷରେ ଆଇଏସ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ। କିଛି ଦିନ ତଳେ ‘ଗାର୍ଡିଆନ’ ପ୍ରକାଶିତ କରିଥିଲା ଯେ ବାଗଦାଦି ଗୁରତର ଭାବେ ଆହତ ହୋଇଛି। ଗତ […]

ଅଦ୍ୟତନ ହୋଇଛି
ଇରାନର ଦାବି: ବାଗଦାଦି ମରିଗଲା

baghdadi

Advertisment

ତେହରାନ: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସର ମୁଖ୍ୟ ଅବୁ ବକର ଅଲ-ବାଗଦାବି ମରି ଯାଇଛି। ରେଡିଓ ଇରାନ କରିଛି ଏହି ଦାବି। ରେଡିଓ ଇରାନ ପକ୍ଷରୁ କରାଯାଇଥିବା ଏହି ଦାବିକୁ ଭାରତର ଆକାଶବାଣୀ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଅନ୍ୟପକ୍ଷରେ ଆଇଏସ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ।

Advertisment

କିଛି ଦିନ ତଳେ ‘ଗାର୍ଡିଆନ’ ପ୍ରକାଶିତ କରିଥିଲା ଯେ ବାଗଦାଦି ଗୁରତର ଭାବେ ଆହତ ହୋଇଛି। ଗତ ମାର୍ଚ୍ଚ ମାସରେ ଆମେରିକା ନେତୃତ୍ୱାଧୀନ ମିଳିତ ସେନା ପକ୍ଷରୁ ଆକାଶମାର୍ଗରୁ ହୋଇଥିବା ଆକ୍ରମଣରେ ବାଗଦାଦି ଗୁରୁତର ଆହତ ହୋଇଥିଲା। ତା’ର ଚିକିତ୍ସା ଚାଲିଛି। ତେବେ ତା’ର ବଞ୍ଚିବା ସମ୍ଭାବନା ଖୁବକ କମ୍ ରହିଛି। ସଂଗଠନର ଦୈନନ୍ଦିନ କାର୍ଯ୍ୟକଳାପ କଥା ବି ବୁଝିବାକୁ ସେ ଅସମର୍ଥ ହୋଇପଡ଼ିଛି। ତେଣୁ ଆଇଏସର ତୁଙ୍ଗ ନେତା ମାନେ ସଂଗଠନର ନୂଆ ମୁଖିଆ ବାଛିବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି। ଏ ଖବର ପ୍ରକାଶିତ ହେବା ପରେ ମଧ୍ୟ ଆଇଏସ ଚୁପ୍ ରହିଥିଲା ଓ କୌଣସି ପ୍ରତିକ୍ରିୟା ଦେଇ ନ ଥିଲା। ଅନ୍ୟପକ୍ଷରେ ‘ଗାର୍ଡିଆନ’ର ଉକ୍ତ ଦାବିକୁ ଖଣ୍ଡନ କରିଥିଲା ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ। ଗତ ମାର୍ଚ୍ଚ ୧୮ ତାରିଖରେ ସିରିଆ ନିକଟସ୍ଥ ଅଲ-ବାଜରେ ଆମେରିକା ନେତୃତ୍ୱାଧିନ ସେନା ପକ୍ଷରୁ ଯେଉଁ ବୋମା ମାଡ଼ କରାଯାଇଥିଲା ସେଥିରେ ବାଗଦାଦି ଆହତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe