Varanasi-PTI4
ନୂଆଦିଲ୍ଲୀ: ବାରଣାସୀ ହିଂସାରେ ମଙ୍ଗଳବାର ପୋଲିସ ୫୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଏହାସହ ସାରା ସହରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ହିଂସା ସୃଷ୍ଟି ହେବା ପରଠାରୁ ଏପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜମନୀ ଯାଦବ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ ଗତ ୨୨ ତାରିଖରେ ଗଣେଶ ମୂର୍ତ୍ତି ବିସର୍ଜନରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋମବାର ଏହାକୁ ନେଇ ଶହ ଶହ ସାଧୁ ଆନ୍ଦୋଳନକୁ ଓହ୍ଲେଇଥିଲେ। ଆନ୍ଦୋଳନ ପରବର୍ତ୍ତୀ ସମୟରେ ହିଂସା ଦେଖା ଦେଇଥିଲା। ବିକ୍ଷୋଭକାରୀମାନେ ପୋଲିସର ୧୦ରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ପରେ ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/Varanasi-PTI4.jpg)