Advertisment

ଏହି ରାଜ୍ୟରେ ପାରିତ ହେଲା କୃଷି ଆଇନ ବିରୋଧୀ ସଂକଳ୍ପ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି କୃଷି ଆଇନ ବିରୋଧୀ ସଂକଳ୍ପ ପାରିତ ହୋଇଛି। ବିଧାନସଭାରେ ଏହି ସଂକଳ୍ପ ପାରିତ ହେବା ବେଳେ ପ୍ରବଳ ହୋହାଲ୍ଲା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଗୃହରେ କୃଷି ଆଇନ ବିରୋଧୀ ସଂକଳ୍ପ ଆଗତ କରାଯାଇଥିଲା। ଏହାକୁ ବିଜେପି ବିଧାୟକମାନେ ଜୋରଦାର ବିରୋଧ କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ। ଏହା ନେତୃତ୍ୱ ବିଜେପି ବିଧାୟକ ଦଳ ନେତା ମନୋଜ ଟିଗା ନେଇଥିଲେ। ସେ ଜୋରଦାର ବିରୋଧ […]

author-image
Hemant Lenka
ଏହି ରାଜ୍ୟରେ ପାରିତ ହେଲା କୃଷି ଆଇନ ବିରୋଧୀ ସଂକଳ୍ପ

ff

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି କୃଷି ଆଇନ ବିରୋଧୀ ସଂକଳ୍ପ ପାରିତ ହୋଇଛି। ବିଧାନସଭାରେ ଏହି ସଂକଳ୍ପ ପାରିତ ହେବା ବେଳେ ପ୍ରବଳ ହୋହାଲ୍ଲା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଗୃହରେ କୃଷି ଆଇନ ବିରୋଧୀ ସଂକଳ୍ପ ଆଗତ କରାଯାଇଥିଲା।

Advertisment

ଏହାକୁ ବିଜେପି ବିଧାୟକମାନେ ଜୋରଦାର ବିରୋଧ କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ। ଏହା ନେତୃତ୍ୱ ବିଜେପି ବିଧାୟକ ଦଳ ନେତା ମନୋଜ ଟିଗା ନେଇଥିଲେ। ସେ ଜୋରଦାର ବିରୋଧ କରିବା ପରେ ଶେଷରେ ଜୟ ଶ୍ରୀରାମ ନାରା ଦେଇ ଗୃହରୁ ବାହାରି ଯାଇଥିଲେ।

ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ସଂକଳ୍ପକୁ ଉପସ୍ଥାପନ କରି କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ଚାଷୀ ବିରୋଧୀ ବୋଲି ଅବିହିତ କରିଥିଲେ। ଏହି ଆଇନ ଦ୍ୱାରା କେନ୍ଦ୍ର ସରକାର ଶିଳ୍ପପତିଙ୍କୁ ସହଯୋଗ କରିବାକୁ ଯୋଜନା କରିଛନ୍ତି ବୋଲି ସେ କହିଥିଲେ। ଶେଷରେ କଂଗ୍ରେସ ଓ ବାମଦଳର ସମର୍ଥନରେ ଟିଏମସି କୃଷି ଆଇନ ବିରୋଧରେ ସଂକଳ୍ପ ପାରିତ କରିଛି।

Advertisment

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପି ସମସ୍ତ ଆନ୍ଦୋଳନକୁ ଆତଙ୍କବାଦୀ କାର୍ଯ୍ୟକଳାପର ନାଁ ଦେଇ ବଦନାମ କରିବାକୁ ଚେଷ୍ଟା କରିଛି। ୩ଟି ଯାକ କୃଷି ଆଇନ ଚାଷୀ ବିରୋଧୀ। ବିଜେପି ସଂସଦରେ ବଳ ପ୍ରୟୋଗ କରି ଏହି ବିଲ୍‌କୁ ପାରିତ କରିଥିଲା। ଚାଷୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେବା ଘଟଣାକୁ ଆମେ କେବେ ହେଲେ ସହ୍ୟ କରିବୁ ନାହିଁ। କେନ୍ଦ୍ର ସରକାର ତୁରନ୍ତ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରନ୍ତୁ ବୋଲି ମମତା କହିଛନ୍ତି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ୬ଷ୍ଠ ରାଜ୍ୟ ଭାବେ କୃଷି ଆଇନ ବିରୋଧରେ ସଂକଳ୍ପ ପାରିତ କରିଛି। ଏହାପୂର୍ବରୁ ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, କେରଳ ଓ ଦିଲ୍ଲୀ ବିଧାନସଭାରେ କୃଷି ଆଇନ ବିରୋଧରେ ସଂକଳ୍ପ ପାରିତ ହୋଇଥିଲା।