Advertisment

ଭାରତର ବଡ଼ ସଫଳତା, ବିକଶିତ କଲା କୁଷ୍ଠ ରୋଗ ପାଇଁ ପ୍ରଥମ ଟିକା

ନୂଆଦିଲ୍ଲୀ: କୁଷ୍ଠ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭାରତକୁ ବଡ଼ ସଫଳତା ମିଳିଛି। କୁଷ୍ଠ ରୋଗରୁ ବର୍ତ୍ତିବା ପାଇଁ ଭାରତ ସାରା ବିଶ୍ୱରେ ପ୍ରଥମ ଥର ପାଇଁ ଏକ ଟିକା ବିକଶିତ କରିଛି। ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜିର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଜି.ପି ତଲୱାର ଏହି ଟିକା ବିକଶିତ କରିଛନ୍ତି। କଣ୍ଟ୍ରୋଲ୍ ଜନେରାଲ୍ ଅଫ୍ ଇଣ୍ଡିଆ ଓ ଆମେରିକାର ଏଫ୍‌ଡିଏ ବି ଏହାକୁ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ବିହାର ଓ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭାରତର ବଡ଼ ସଫଳତା, ବିକଶିତ କଲା କୁଷ୍ଠ ରୋଗ ପାଇଁ ପ୍ରଥମ ଟିକା

leprosy

ନୂଆଦିଲ୍ଲୀ: କୁଷ୍ଠ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭାରତକୁ ବଡ଼ ସଫଳତା ମିଳିଛି। କୁଷ୍ଠ ରୋଗରୁ ବର୍ତ୍ତିବା ପାଇଁ ଭାରତ ସାରା ବିଶ୍ୱରେ ପ୍ରଥମ ଥର ପାଇଁ ଏକ ଟିକା ବିକଶିତ କରିଛି। ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜିର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଜି.ପି ତଲୱାର ଏହି ଟିକା ବିକଶିତ କରିଛନ୍ତି। କଣ୍ଟ୍ରୋଲ୍ ଜନେରାଲ୍ ଅଫ୍ ଇଣ୍ଡିଆ ଓ ଆମେରିକାର ଏଫ୍‌ଡିଏ ବି ଏହାକୁ ମଞ୍ଜୁରୀ ଦେଇଛନ୍ତି।

Advertisment

ଆସନ୍ତା କିଛି ସପ୍ତାହ ମଧ୍ୟରେ ବିହାର ଓ ଗୁଜରାଟର ୫ଟି ଜିଲ୍ଲାରେ ଏହା ଉପଲବ୍ଧ ହେବ।

ଏକ ଇଂରେଜୀ ଖବର କାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ବର୍ଷ ପାଖାପାଖି ୧.୨୫ ଲକ୍ଷ ଲୋକ କୁଷ୍ଠ ରୋଗର ଶିକାର ହେଉଛନ୍ତି। କିନ୍ତୁ ଟିକା ଦ୍ୱାରା ଏବେ ଏହି ସଂଖ୍ୟାକୁ ବହୁତ ପରିମାଣରେ ହ୍ରାସ କରାଯାଇପାରିବ।

କୁଷ୍ଠ ରୋଗୀଙ୍କ ନିକଟରେ ରହୁଥିବା ଲୋକଙ୍କୁ ବି ଏହି ରୋଗର ଶିକାର ହୋଇଥାଆନ୍ତି। ଏହି ଟିକା ସେମାନଙ୍କ ପାଇଁ ବି ଉପଯୋଗୀ ହେବ ବୋଲି କୁହାଯାଇଛି।

Advertisment