Advertisment

ବିଚାର ବିଭାଗୀୟ ହେପାଜତକୁ ଗଲେ ହର୍ଷ-ଭାରତୀ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ବହୁ ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ବଢ଼ିଛି ଅଡ଼ୁଆ। ଘରୁ ଗଞ୍ଜେଇ ମିଳିବା ପରେ ରବିବାର ଏନସିବି ଉଭୟଙ୍କୁ ମାରାଥନ ଜେରା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜିଠାରୁ ଭାରତୀ ଏବଂ ହର୍ଷଙ୍କୁ 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କର ଖୁଲାସା ହେବା […]

author-image
Pragnya Choudhury
କମେଡି କୁଇନ୍ ଭାରତୀଙ୍କୁ ମିଳିଲା ଜାମିନ୍

bharti singh

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ବହୁ ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ବଢ଼ିଛି ଅଡ଼ୁଆ। ଘରୁ ଗଞ୍ଜେଇ ମିଳିବା ପରେ ରବିବାର ଏନସିବି ଉଭୟଙ୍କୁ ମାରାଥନ ଜେରା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜିଠାରୁ ଭାରତୀ ଏବଂ ହର୍ଷଙ୍କୁ 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

Advertisment

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କର ଖୁଲାସା ହେବା ପରେ ଏନସିବି ଏନେଇ ଜୋରଦାର୍ ତଦନ୍ତ ଚଳାଇଛି। ଏହି କ୍ରମରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଳଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ଏବେ ପାଳି ପଡ଼ିଛି ଭାରତୀଙ୍କର। ଏନସିବି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି 86.5 ଗ୍ରାମର ଗଞ୍ଜେଇ ଜବତ କରିଛି।

ଗଞ୍ଜେଇ ମିଳିବା ପରେ ଏନସିବି ଉଭୟ ଭାରତୀ ଓ ହର୍ଷଙ୍କୁ 15 ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା। ତେବେ ଜେରା ସମୟରେ ଭାରତୀ ଗଞ୍ଜେଇ ବ୍ୟବହାର କରୁଥିବା ନେଇ ରାଜି ମଧ୍ୟ ହୋଇଥିବା କୁହାଯାଉଛି। ଗିରଫ ପରେ ଉଭୟଙ୍କ ମେଡିକାଲ ଯାଞ୍ଚ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା, ଯେଉଁଠାରେ ଉଭୟଙ୍କୁ 14 ଦିନ ଅର୍ଥାତ୍ ଡିସେମ୍ବର 4 ଯାଏଁ ବିଚାର ବିଭାଗୀୟ ହେପାଜତକୁ ପଠାଇବା ନିର୍ଦ୍ଦେଶ ଦିଆଯାଇଛି।

Advertisment
Bharti Singh SSR Death Case