Advertisment

ଭୂମିକମ୍ପ: ନେପାଳରେ ୭୫୮ ମୃତ, ଭାରତରେ ୩୬

ନୂଆଦିଲ୍ଲୀ/କାଠମାଣ୍ଡୁ: ଶନିବାର ହୋଇଥିବା ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ନେପାଳରେ ୭୫୮ ଜଣ ପ୍ରାଣ ହରାଇଛନ୍ତି। ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରତି ମିନିଟରେ ବଢୁଛି ମୃତକଙ୍କ ସଂଖ୍ୟା। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି କୁହାଯାଉଛି। କାଠମାଣ୍ଡୁ ସମେତ ଅନ୍ୟ କିଛି ସ୍ଥାନରେ ବହୁତ କୋଠା ଭୁଶୁଡ଼ି ପଡ଼ିଛି। ସେହି ସ୍ଥାନଗୁଡ଼ିକ ସଫା କରାଯିବା ସହିତ ମୃତଙ୍କ ସଂଖ୍ୟା ବଢ଼ି ଚାଲିଛି। ନେପାଳ ସରକାର ଦେଶରେ ଜରୁରୀକାଳୀନ […]

ଅଦ୍ୟତନ ହୋଇଛି
ଭୂମିକମ୍ପ: ନେପାଳରେ ୭୫୮ ମୃତ, ଭାରତରେ ୩୬

earthquake

Advertisment

ନୂଆଦିଲ୍ଲୀ/କାଠମାଣ୍ଡୁ: ଶନିବାର ହୋଇଥିବା ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ନେପାଳରେ ୭୫୮ ଜଣ ପ୍ରାଣ ହରାଇଛନ୍ତି। ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରତି ମିନିଟରେ ବଢୁଛି ମୃତକଙ୍କ ସଂଖ୍ୟା। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି କୁହାଯାଉଛି। କାଠମାଣ୍ଡୁ ସମେତ ଅନ୍ୟ କିଛି ସ୍ଥାନରେ ବହୁତ କୋଠା ଭୁଶୁଡ଼ି ପଡ଼ିଛି। ସେହି ସ୍ଥାନଗୁଡ଼ିକ ସଫା କରାଯିବା ସହିତ ମୃତଙ୍କ ସଂଖ୍ୟା ବଢ଼ି ଚାଲିଛି। ନେପାଳ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି।

Advertisment

-ନେପାଳରେ ଫସିଛନ୍ତି ୧୨୫ ଭାରତୀୟ
-ଅଳ୍ପକେ ବର୍ତ୍ତିଗଲେ ବାବା ରାମଦେବ
-କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପରିସରେ ଭୁଶୁଡ଼ିଲା କୋଠା, ୨ ମୃତ

ନେପାଳରେ ୧୨୫ ଭାରତୀୟ ଫସି ରହିଛନ୍ତି। କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ଦୂତାବାସ ପରିସରରେ ଥିବା ଏକ କୋଠା ଆଶିଂକ ଭାବେ ଭୁଶୁଡ଼ି ପଡ଼ିବା ଯୋଗୁ ଦୁଇ ଜଣଙ୍କ ମୃତୁ୍ୟ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଜଣେ ଛୋଟ ଶିଶୁ ରହିଛି। ସେହିଭଳି କାଠମାଣ୍ଡୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବାବା ରାମଦେବ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁ ସେ ବସିଥିବା ମଞ୍ଚ ଭାଙ୍ଗି ଯାଇଥିଲା। ସେହିପରି ଏଭରେଷ୍ଟ ଆରୋହଣ କରିବାକୁ ଯାଇଥିବା ପର୍ବତାରୋହୀଙ୍କ ମଧ୍ୟରୁ ୮ ଜଣ ପ୍ରାଣ ହରାଇଛନ୍ତି। ଭୂମିକମ୍ପ ଯୋଗୁ ଏଭରେଷ୍ଟର ବଡ଼ ବଡ଼ ବରଫ ଖଣ୍ଡ ଭୁଶୁଡ଼ି ଗଡ଼ି ଆସିଥିଲା। ବେସ୍ କ୍ୟାମ୍ପରେ ଥିବା ପର୍ବାରୋହୀଙ୍କ ଉପରେ ଏଗୁଡ଼ିକ ଧକ୍କା ଦେଇଥିଲେ। ଫଳରେ ୮ ଜଣ ପର୍ବତାରୋହୀଙ୍କ ମୃତୁ୍ୟ ଘଟିଛି ।

Advertisment

earthquaken

ଅନ୍ୟପକ୍ଷରେ ଉତ୍ତର-ପୂର୍ବ ଭାରତରେ ମଧ୍ୟ ବଡ଼ ଧରଣର ଭୂମିକମ୍ପ ଯୋଗୁ କୋଠା ଆଦି ଭୁଶୁଡ଼ିବା ସହିତ ଲୋକେ ମୃତାହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ୩୫ ଜଣ ପ୍ରାଣ ହରାଇଛନ୍ତି ଓ ଶତାଧିକ ଆହତ ହୋଇଛନ୍ତି। କେନ୍ଦ୍ର ଗୃହ ସଚୀବ ଏଲ.ସି ଗୋଏଲ ଦେଇଛନ୍ତି ଏହି ସୂଚନା। ସବୁଠୁ ଅଧିକ ମୃତାହତ ହୋଇଛନ୍ତି ବିହାରରେ। ଏଠାରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ପ୍ରାଣ ହରାଇଥିବା ନେଇ ସୂଚନା ହସ୍ତଗତ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୮ ଜଣ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗରେ ୩ ଜଣଙ୍କ ପ୍ରାଣ ଯାଇଛି। ଏ ସମସ୍ତ ମୃତୁ୍ୟରୁ ଅଧିକାଂଶ ଭୂମିକମ୍ପରେ ଘର ଭୁଶୁଡ଼ି ପଡ଼ିବା ଯୋଗୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି। ତେବେ ଏ ସବୁ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ନେଇ ଏକ ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ସୂଚନା ସଂଗ୍ରହ ଚାଲିଛି ବୋଲି ପ୍ରଭାବିତ ରାଜ୍ୟଗୁଡ଼ିକର ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଗୁଡ଼ିକଙ୍କ ସହିତ ଯୋଗଯୋଗ ରଖାଯାଇଛି ବୋଲି କେନ୍ଦ୍ର ଗୃହ ସଚୀବ ଏଲ.ସି ଗୋଏଲ କହିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରିବାକୁ ଏନଡିଆରଏଫ ଟିମକୁ ନେପାଳ ପଠାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe