/odisha-reporter/media/post_attachments/uploads/2015/04/Bihar-earthquake.jpg)
Biharearthquake
ପାଟନା: ଶନିବାର ଘଟିଥିବା ଭୂମିକମ୍ପରେ ନେପାଳ ପରେ ସବୁଠୁ ଅଧିକ କ୍ଷତି ହୋଇଛି ବିହାରର। ଏଠାରେ ୩୮ ଜଣ ପ୍ରାଣ ହରାଇ ଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଛି। ଏଠାରେ ଗତକାଲି ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଥିବା ବେଳେ ୨୪ ଘଣ୍ଟା ପରେ ଆଜି ପୁଣି ଭୂମିକମ୍ପ ହୋଇଥିଲା। ଏହା ପରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଏଭଳି ଭୂମିକମ୍ପ ଝଟକା ପୁଣି କେତେ ଥର ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଏଭଳି ସତର୍କ ସୂଚନାକୁ ଦୃଷ୍ଟିରେ ରଖି ବିହାର ସରକାର ସୁରକ୍ଷା ଦୃଷ୍ଟିରୁ ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରି ଦେଇଛନ୍ତି। ଏପ୍ରିଲ ୨୭ ଓ ୨୮ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ ରହିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
