Advertisment

ବିହାର ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ୪୯ଟି ଆସନ ପାଇଁ ଆଜି ଭୋଟଗ୍ରହଣ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମତଦାନ ଆଗୁଆ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପାଇଁ ମତଦାନକେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବହୁ ଚର୍ଚ୍ଚିତ […]

ବିହାର ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

bihar

Advertisment

ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ୪୯ଟି ଆସନ ପାଇଁ ଆଜି ଭୋଟଗ୍ରହଣ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମତଦାନ ଆଗୁଆ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପାଇଁ ମତଦାନକେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ବହୁ ଚର୍ଚ୍ଚିତ ବିହାର ବିଧାନସଭା ନିର୍ବାଚନରେ ଏଥର ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଓ ନୀତିଶଙ୍କ ଜେଡିୟୁ ନେତୃତ୍ୱାଧିନ ମେଣ୍ଟ ଭିତରେ ଲଢେଇ ହେଉଛି। ରାଜ୍ୟରେ ବିଜେପି ଓ ରାମ ବିଳାଶ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ମିଳିତ ଭାବେ ନିର୍ବାଚନ ଲଢୁଥିବା ବେଳେ ସେପଟେ ପ୍ରଥମ ଥର ପାଇଁ ନୀତିଶଙ୍କ ଜେଡିୟୁ ସହିତ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି।

ସେହିଭଳି ମୁଲାୟମ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁ ଜନ ସମାଜ ପାର୍ଟି ମଧ୍ୟ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ସମେତ ସବୁ ପାର୍ଟି ପକ୍ଷରୁ ହାଇପ୍ରୋଫାଇଲ ନିର୍ବାଚନୀ ପ୍ରଚାର କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe