Advertisment

ଓଲଟି ପଡ଼ିଲା ଡଙ୍ଗା, ବର୍ତ୍ତିଗଲେ ଏମ୍‌ପି ରାମକ୍ରିପାଲ୍‌

ପାଟନା:  ବନ୍ୟା ବିପନ୍ନଙ୍କ ଅବସ୍ଥା ତଦାରଖ କରିବାକୁ ଯାଇ ନିଜେ ଉଛୁଳା ନଈରେ ପଡ଼ିଗଲେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍‌ ଯାଦବ। ହେଲେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ବିହାରରେ ବନ୍ୟା ପରିସ୍ଥିତି ସଙ୍ଗିନ ଅଛି। ଦରଧା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ସ୍ଥିତି ସମୀକ୍ଷା କରିବାକୁ ବୁଧବାର ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ ରାମକ୍ରିପାଲ୍‌। ଡଙ୍ଗାଟି କୂଳଠାରୁ ମାତ୍ର ଅଳ୍ପ ବାଟ ଥିବାବେଳେ […]

author-image
Niharika Rout
ଅଦ୍ୟତନ ହୋଇଛି
ଓଲଟି ପଡ଼ିଲା ଡଙ୍ଗା, ବର୍ତ୍ତିଗଲେ ଏମ୍‌ପି ରାମକ୍ରିପାଲ୍‌

Ram-Kripal-11

ପାଟନା:  ବନ୍ୟା ବିପନ୍ନଙ୍କ ଅବସ୍ଥା ତଦାରଖ କରିବାକୁ ଯାଇ ନିଜେ ଉଛୁଳା ନଈରେ ପଡ଼ିଗଲେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍‌ ଯାଦବ। ହେଲେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ।

Advertisment

ବିହାରରେ ବନ୍ୟା ପରିସ୍ଥିତି ସଙ୍ଗିନ ଅଛି। ଦରଧା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ସ୍ଥିତି ସମୀକ୍ଷା କରିବାକୁ ବୁଧବାର ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ ରାମକ୍ରିପାଲ୍‌। ଡଙ୍ଗାଟି କୂଳଠାରୁ ମାତ୍ର ଅଳ୍ପ ବାଟ ଥିବାବେଳେ ହଠାତ୍‌ ଏହା ଓଲଟି ପଡ଼ିଥିଲା। ଫଳରେ ସାଂସଦ ପାଣିରେ ବୁଡ଼ି ଯିବା ସହ ବେହୋସ ହୋଇଯାଇଥିଲେ। ଏହି ସମୟରେ ନଦୀ କୂଳରେ ସାଂସଦଙ୍କୁ ଅପେକ୍ଷା କରିଥିବା ଗାଁ ଲୋକେ ଏହି ଦୃଶ୍ୟ ଦେଖି ତତ୍‌କ୍ଷଣାତ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଲୋକେ ଗାମୁଛା ସାହାଯ୍ୟରେ ତାଙ୍କୁ ପୋଛି ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗ୍ୟାସ୍‌ ଭର୍ତ୍ତି ଟ୍ୟୁବ୍‌ ଓ ବାଉଁଶରେ ନିର୍ମିତ ଏହି ଡଙ୍ଗାରେ ରାମ୍‌କ୍ରିପାଲ୍‌ ନିଜ ସମର୍ଥକଙ୍କ ସହ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ଏହି ଘଟଣା ପରେ ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି ପାଟଳିପୁତ୍ରରୁ ୨ ଥର ଏମ୍‌ପି ରହି ସାରିଥିବା ରାମକ୍ରିପାଲ୍‌। ସମଗ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ଲୋକଙ୍କଠୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ସମସ୍ତେ ଦୟନୀୟ ପରିସ୍ଥିତିରେ ରହିଛନ୍ତି। କିନ୍ତୁ ସରକାର କେବଳ ପାଟନାକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟ ସ୍ଥାନରେ ସ୍ଥିତି ଶୋଚନୀୟ ହୋଇ ପଡ଼ିଛି।  ଏପରିକି ସେ ନିଜେ ସ୍ଥାନୀୟ ପ୍ରଶାସନଠାରୁ ଖଣ୍ଡେ ବୋଟ୍ ନ ପାଇବାରୁ ଟ୍ୟୁବ୍‌ ଓ ବାଉଁଶରେ ତିଆରି ଏକ ବୋଟରେ ବିପଦସଙ୍କୁଳ ଭାବେ ଯାତ୍ରା କରିଥିବା କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ୍‌।