Advertisment

ଅପରାଧିକ ଦୃଷ୍ଟିକୋଣରୁ ବିହାର ପରୀକ୍ଷା ମାମଲାକୁ ତଦନ୍ତ କରାଯାଉଛି: ନିତୀଶ

ପାଟ୍‌ନା: ବିହାର ବୋର୍ଡ ପରୀକ୍ଷାରେ ହୋଇଥିବା ଅନୀୟମିତାକୁ ଅପରାଧିକ ଦୃଷ୍ଟିକୋଣକୁ ନେଇ ତଦନ୍ତ କରାଯାଉଛି। ଏଥିରେ ଯିଏ ବି ଦୋଷୀ ଥିବ ସେ ନିଶ୍ଚିତ ଭାବେ ଦଣ୍ଡ ପାଇବ। ରବିବାର ଏହା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର। ସେ କହିଛନ୍ତି,‘ବିହାର ବୋର୍ଡ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ର ପାଠ ସହ ସମ୍ପୃକ୍ତ ବିଷୟରେ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରିବା ନେଇ ଶିକ୍ଷା ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛି। ମୋ ନିକଟକୁ ଏନେଇ […]

ଅଦ୍ୟତନ ହୋଇଛି
ଅପରାଧିକ ଦୃଷ୍ଟିକୋଣରୁ ବିହାର ପରୀକ୍ଷା ମାମଲାକୁ ତଦନ୍ତ କରାଯାଉଛି: ନିତୀଶ

Nitish-Kumar2

Advertisment

ପାଟ୍‌ନା: ବିହାର ବୋର୍ଡ ପରୀକ୍ଷାରେ ହୋଇଥିବା ଅନୀୟମିତାକୁ ଅପରାଧିକ ଦୃଷ୍ଟିକୋଣକୁ ନେଇ ତଦନ୍ତ କରାଯାଉଛି। ଏଥିରେ ଯିଏ ବି ଦୋଷୀ ଥିବ ସେ ନିଶ୍ଚିତ ଭାବେ ଦଣ୍ଡ ପାଇବ। ରବିବାର ଏହା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର।

Advertisment

ସେ କହିଛନ୍ତି,‘ବିହାର ବୋର୍ଡ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ର ପାଠ ସହ ସମ୍ପୃକ୍ତ ବିଷୟରେ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରିବା ନେଇ ଶିକ୍ଷା ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛି। ମୋ ନିକଟକୁ ଏନେଇ ସବିଶେଷ ତଥ୍ୟ ଆସିଲେ ମୁଁ ତୁରନ୍ତ ପଦକ୍ଷେପ ନେବି। ଯଦି ଏହି ସମସ୍ୟା ଟିକେ ଆଗରୁ ଜଣାପଡିଥାନ୍ତା ତେବେ ମୁଁ ଏହି ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କର ପୁଣି ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି।”ସେ ଆହୁରି ମଧ୍ୟ କହିଛନ୍ତି,“ଆମ ସରକାର ଏହି ବିଷୟରେ ଅବଗତ ରହିଛି। ଏହି ସମସ୍ୟାର ତ୍ରୁଣମୂଳ ସ୍ତରରେ କିପରି ସମାଧାନ କରାଯାଇପାରିବ ସେନେଇ ଯୋଜନା କରାଯାଉଛି।”

ଗତକାଲି ବିହାର ସ୍କୁଲ ପରୀକ୍ଷା ବୋର୍ଡ ଶ୍ରେଷ୍ଠ ଦୁଇ ଛାତ୍ରଙ୍କର ପରୀକ୍ଷା ଫଳକୁ ରଦ୍ଦ କରିଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe